Categories: ଫୁରସତ

କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ

ରୁର୍‌କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍‌କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି କରିଛନ୍ତି। ବରପକ୍ଷ ଯୌତୁକ ଦେବାକୁ ମନା କରିବାରୁ ଏବେ ବିବାହ ଭାଙ୍ଗିଯାଇଛି। ଏନେଇ ବରପକ୍ଷରୁ ସ୍ଥାନୀୟ ଗଙ୍ଗନହର ଥାନାରେ ଏକ ମାମଲା ଦାଏର କରାଯାଇଛି। ରୁର୍‌କିର ଯୁବକଙ୍କର ଫେସ୍‌ବୁକ୍‌ରେ ଦିଲ୍ଲୀର ଜଣେ ଯୁବତୀଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା। ଚିହ୍ନା ପରିଚୟରୁ ପ୍ରେମ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ନିବର୍ନ୍ଧ ମଧ୍ୟ ଶେଷ ହୋଇଥିଲା। ବିବାହ ଫେବୃୟାରୀ ୩ରେ ହେବାକୁ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ବରପକ୍ଷ ନିମନ୍ତ୍ରଣ କାର୍ଡ ବାଣ୍ଟି ସାରିଥିଲେ। ମାତ୍ର ଗତ ଗୁରୁବାର ଯୁବତୀ ଜଣକ ବରପକ୍ଷଙ୍କଠାରୁ ଯୌତୁକ ଭାବେ ୫୦ ହଜାର ଟଙ୍କା ଏବଂ ସୁନା ଅଳଙ୍କାର ଦାବି କରିଥିଲେ। ବରପକ୍ଷ ମନା କରିବାରୁ ସେ ବିବାହ ଭାଙ୍ଗି ଦେଇଥିଲେ।

Share