ମାମୁଙ୍କ ବିବାହରେ ଖୁବ୍‌ ନାଚିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ ଭାବେ ବେଶ୍‌ ଚର୍ଚ୍ଚାରେ ରହୁଥିବା ଶୈଫିନାଙ୍କ ପୁଅ ତୈମୁର ଖାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁଙ୍କ କଜିନ ଭାଇ ଅରମାନ ଜୈନଙ୍କ ବିବାହରେ କରିନା ଓ ଶୈଫଙ୍କ ସହ ତୈମୁରଙ୍କୁ ଦେଖିବାକୁ ମିଳିଥିଲା। ବ୍ଲୁ କଲର କୁର୍ତ୍ତା ସାଙ୍ଗକୁ ହ୍ବାଇଟ କଲର ପାଇଜାମାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ତମୁର। ଏହି ବିବାହର କିଛି ଫଟୋ ଏବେ ସୋସିଆଲ ମିହିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିରେ କରିନା ହଳଦିଆ ଶାଢିରେ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ଦେଖେଣାହାରିଙ୍କ ଦୃଷ୍ଟିକୁ ଆସିଥିଲେ। ତେବେ ବିବାହକୁ ଯିବା ପୂର୍ବରୁ ସେ ଏହି ଗେଟ୍‌ଅପ୍‌ରେ ତୈମୁରଙ୍କ ସହ ଏକ ଫଟୋଶୁଟ୍‌ କରିଥିଲେ। ସୋସିଆଲ ମିଡିଆରେ ଏହାକୁ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ ବିବାହ ଉତ୍ସବରେ ଯୋଗ ଦେଇଥିବା ତୈମୁର ପିତା ଶୈଫଙ୍କ କାନ୍ଧ ଉପରେ ବସି ଖୁବ୍‌ ନାଚିଥିଲେ। ଶୈଫଙ୍କ ସହ ତୈମୁରଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Share