Categories: ଜାତୀୟ

ପୁଣି ପରଭେଶଙ୍କ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସିଲାଣି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ କସରତ କରୁଥିବା ବେଳେ ନିର୍ବାଚନୀ ପ୍ରଚାରକୁ ମଧ୍ୟ ଜୋରଦାର କରାଯାଇଛି। ଇତିମଧ୍ୟରେ ଭାଜପାର ଏମ୍‌ପି ପରଭେଶ ବର୍ମାଙ୍କ ଉପରେ ନିର୍ବାଚନ କମିଶନ ବୁଧବାର ପୁଣି ଥରେ କଟକଣା ଜାରି କରିଛନ୍ତି। ପରଭେଶଙ୍କ ଉପରେ ୨୪ଘଣ୍ଟିଆ ପ୍ରତିବନ୍ଧକ ଲଗାଯାଇଛି। ବୁଧବାର ସନ୍ଧ୍ୟା ୬ଟାରୁ ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକୋ ଲଗାଇଯାଇଛି। ସୂଚନା ମୁତାବକ ପରଭେଶ ଦେଇଥିବା ବିବାଦୀୟ ବୟାନ ଯୋଗୁ ନିର୍ବାଚନ କମିଶନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share