ରାଜ୍ୟରେ ଆଜି ୧୭୯୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୧୭୯୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୦ ଏବଂ ଅନୁଗୋଳରୁ ୧୦୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୪୦, ବରଗଡ଼ ୬୧, ଭଦ୍ରକ ୬୮, ବଲାଙ୍ଗୀର ୭୬, ବୌଦ୍ଧ ୪, ଦେବଗଡ଼ ୮, ଢେଙ୍କାନାଳ ୨୨, ଗଜପତି ୧୧, ଗଞ୍ଜାମ ୧୬, ଜଗତସିଂହପୁର ୫୨, ଯାଜପୁର ୭୬, ଝାରସୁଗୁଡ଼ା ୫୩, କଳାହାଣ୍ଡି ୪୫, କନ୍ଧମାଳ ୨୦, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୬୩, କୋରାପୁଟ ୩୪, ମାଲକାନଗିରି ୩୪, ମୟୂରଭଞ୍ଜ ୧୦୪, ନବରଙ୍ଗପୁର ୬୫, ନୟାଗଡ଼ ୩୪, ନୂଆପଡ଼ା ୮୪, ପୁରୀ ୮୨, ରାୟଗଡ଼ା ୧୪, ସମ୍ବଲପୁର ୪୦, ସୋନପୁର ୮ଏବଂ ସୁନ୍ଦରଗଡ଼ରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଥିବା ବେଳେ ୨,୫୭,୦୪୧ ଜଣ ସୁସ୍ଥ ହୋଇଛନ୍ତି। ୧୯,୫୭୯ ଜଣ ଚିକିତ୍ସିତ ହେଉଛନ୍ତି।

Share