Posted inଖେଳ

ଆଇପିଏଲ୍‌ ରଙ୍ଗାରଙ୍ଗ ଉତ୍ସବରେ ମନ ମୋହିଲେ ଅକ୍ଷୟ, ଟାଇଗର ଓ ରହମନ

ଚେନ୍ନାଇ, ୨୨ା୩: ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଏହି ଟି୨୦ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ। ଉପସ୍ଥିତ ଦର୍ଶକମଣ୍ଡଳୀ ଏହାର ଖୁବ୍‌ ମଜା ନେଇଥିଲେ। ପ୍ରଥମେ ଅଭିନେତା ବୋମନ ଇରାନୀ ତାଙ୍କର ପରିଚୟ ପ୍ରଦାନ କରି ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ।

ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ ଦଉଡ଼ିରେ ଷ୍ଟଣ୍ଟ ସହ ଷ୍ଟେଜ୍‌ରେ ଅବତରଣ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ଦୁହିଁଙ୍କ ହାତରେ ଜାତୀୟ ପତାକା ଶୋଭା ପାଉଥିଲା। ସେମାନଙ୍କ କାର୍ଯ୍ୟକ୍ରମ ଶେଷରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଷ୍ଟାଡିୟମରେ ଏକ ଚକ୍କର ଲଗାଇଥିଲେ।

ପରବର୍ତ୍ତୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ବିଶିଷ୍ଟ ସଙ୍ଗୀତକାର ଏ.ଆର. ରହମନ ଓ ସୋନୁ ନିଗମ। ‘ବନ୍ଦେ ମାତରମ୍‌’ ସେମାନଙ୍କ ପ୍ରଥମ ସଙ୍ଗୀତ ଥିଲା। ଏ.ଆର. ରହମନଙ୍କ ସହିତ ଯୋଗ ଦେଇଥିଲେ ମୋହିତ ଚୌହାନ। ଅମରଜିତ ସିଂ ଚମ୍‌କିଲାଙ୍କ ଉପରେ ପ୍ରସ୍ତୁତ ବାୟୋପିକ୍‌ରେ ସେ ନିଜେ ଗାଇଥିବା ଏକ ଗୀତ ଗାଇଥିଲେ। ପରେ ଷ୍ଟେଜ୍‌ରେ ଯୋଗ ଦେଇଥିଲେ ବଲିଉଡ୍‌ କଣ୍ଠଶିଳ୍ପୀ ନୀତି ମୋହନ। ଶୁକ୍ରବାର ମ୍ୟାଚର ଦୁଇ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ଓ ଋତୁରାଜ ଗାଏକ୍ୱାଡ ଆଇପିଏଲ୍‌ ଟ୍ରଫି ସହ ମଧ୍ୟ ସ୍ଥଳକୁ ଆସିଥିଲେ।

ମଞ୍ଚ ଉପରୁ ଆସିବା ଲାଗି ବିସିସିଆଇ ସଭାପତି ରୋଜର ବିନ୍ନିି ଓ ସମ୍ପାଦକ ଜୟ ଶାହାଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା। ଶେଷରେ ସମସ୍ତ ଷ୍ଟାର ଷ୍ଟେଜ୍‌ରେ ଧାଡ଼ି କରି ଛିଡ଼ା ହୋଇ ଲୋକପ୍ରିୟ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲିୟନେୟାର’ ଗୀତ ‘ଜୟ ହୋ’ ମିଳିତ ଭାବେ ଗାନ କରିଥିଲେ। ପରେ ଆତସବାଜି ସହ ଉଦ୍‌ଘାଟନୀ ଉତ୍ସବର ପରିସମାପ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରମିକଙ୍କ ଠାରୁ କମ୍‌ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ

ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା...

କୋହଲିଙ୍କ ଆଗରେ ନଇଁବ BCCI! ନୂଆ ଅପଡେଟ୍‌କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୮।୩: ଯଦିଓ ବିସିସିଆଇ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ, ଏହାକୁ ମଧ୍ୟ ତାର ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି। IPL 2025...

ଜଣେ କି ଦୁଇଜଣ ନୁହେଁ, ୧୩ ଖେଳାଳିଙ୍କୁ ବାହାର କରିଦେବ ପଞ୍ଜାବ କିଙ୍ଗ୍ସ; ଏଭଳି ହେବ…

ନୂଆଦିଲ୍ଲୀ,୧୮।୩: ଆଇପିଏଲ୍‌ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଗୋଟିଏ ବି ଖେଳାଳିଙ୍କୁ ରିଟେନ କରି ନ ଥିଲା। ଦଳ ମେଗା ନିଲାମରେ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି।...

ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!

ନୂଆଦିଲ୍ଲୀ,୧୮।୩: ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି...

ଷ୍ଟୁପିଡ! ଷ୍ଟୁପିଡ! ଷ୍ଟୁପିଡ!, ଗାଭାସ୍କରଙ୍କୁ କପି କଲେ ପନ୍ତ, ରାଗିଗଲେ ପ୍ରଶଂସକ

ନୂଆଦିଲ୍ଲୀ,୧୮।୩: କିଛି ସମୟ ପୂର୍ବରୁ, ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା, ଯେଉଁଠାରେ ମ୍ୟାଚର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭୁଲ ସଟ ଖେଳି...

କ’ଣ ଯେ କେହି ବି କିଣିପାରିବେ IPL ଟିମ୍‌, ଜାଣନ୍ତୁ କେତେ ଟଙ୍କା ନିବେଶ କରିବାକୁ ପଡେ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର 18ତମ ସିଜିନ 22 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ...

ଧୋନୀଙ୍କ ଲମ୍ବା କେଶ ବାଲା ‘ଆନିମଲ’ଲୁକ ମନ କିଶୁଛି ଦର୍ଶକଙ୍କର, ୟୁଜର୍ସ କହିଲେ ଫେଲ ମାରିଲେ ରଣବୀର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଲିଗର ୧୮ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ...

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେନି ହାର୍ଦ୍ଦିକ ପାଣ୍ଡ୍ୟା, ପ୍ଲେଇଂ ୧୧ରେ ବି ମିଳିବନି ସ୍ଥାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image