ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବିର କଟକସ୍ଥିତ ସିଡିଏ ଶାଖାଠାରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।
ସେହିଭଳି ବିଓବିର ବରିଷ୍ଠ ପ୍ରବନ୍ଧକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ତଥା ଆର୍‌ଓଏସ୍‌ଏଆର୍‌ବିର ମୁଖ୍ୟ ପ୍ରବନ୍ଧକ କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ପୌରୋହିତରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶାଖାର ପ୍ରମୁଖ ଗ୍ରାହକମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଉଭୟ ଶାଖାର କର୍ମଚାରୀ ଓ ଅନ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଉଲ୍ଲେଖଯୋଗ୍ୟ, ବିଓବିର ପ୍ରତିଷ୍ଠା ଦିବସ ଉପଲକ୍ଷେ କଟକ ସିଡିଏ ସେକ୍ଟର-୯ସ୍ଥିତ ସ୍ବାମୀ ଚିନ୍ଦାନନ୍ଦ ମେମୋରିଆଲ ଟ୍ରଷ୍ଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହା ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ ଆରମ୍ଭ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରେଜିଷ୍ଟ୍ରେସନ ସରିଛି।...

ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣା: ବବି ଦାସଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ

ଯାଜପୁର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ଶନିବାର ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ।...

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪: ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦିନରେ ରେଜିଷ୍ଟ୍ରେସନ ପ୍ରକ୍ରିୟା...

ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୋଦି ସରକାର

ଭୁବନେଶ୍ୱର, ୨୩ା୧୧(ସୁନିତ୍‌ ମିଶ୍ର):୨ ହଜାର କୋଟି ଟଙ୍କା ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍‌ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର...

ଯୁକ୍ତ ୨ ପରୀକ୍ଷା: ଶହେରୁ ଏତିକି ରଖିଲେ ପାସ୍‌

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ):ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ସରଳ ହେଲା ପରୀକ୍ଷା। ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବା ଓ ସେମାନଙ୍କ ମନରେ ପରୀକ୍ଷାକୁ ନେଇ ରହିଥିବା...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ବିଦ୍ୟୁତ୍‌ ଆଘାତରେ ୬ ବର୍ଷରେ ୯୬ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩ା୧୧ (ବନ୍ଦନା ସେଠୀ):ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢି ଚାଲିଥିବାବେଳେ ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁ ଓ ଅସୁସ୍ଥ ଖବର...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri