Categories: ବାଣିଜ୍ୟ

ଜୁନରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ

ନୂଆଦିଲ୍ଲୀ,୨୨।୮: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ର ସଦସ୍ୟ ସଂଖ୍ୟା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଉଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଚଳିତବର୍ଷ ଜୁନରେ ଇପିଏଫ୍‌ଓରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। ଏପରିକି ଗତବର୍ଷ ଜୁନ ତୁଳନାରେ ପ୍ରାୟ ୪୩% ଅଧିକ ବୋଲି କୁହାଯାଇଛି। ୨୦୨୧ ଜୁନରେ ଏହି ସଂଖ୍ୟା ୧୨.୮୩ ଲକ୍ଷ ରହିଥିଲା। ୨୦୨୨ ଏପ୍ରିଲଠାରୁ ନୂତନ ସଭ୍ୟ ଯୋଗଦେବା ଧାରାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାୟ ୭.୮୨ ଲକ୍ଷ ସଦସ୍ୟ ଚାକିରି ପରିବର୍ତ୍ତନ ସତ୍ତ୍ୱେ ଇପିଏଫ୍‌ଓରେ ପୁନଃ ଯୋଗଦେଇ ତାଙ୍କ ପୂର୍ବ ଭବିଷ୍ୟନିଧି ପାଣ୍ଠିକୁ ଅର୍ଥ ହସ୍ତାନ୍ତର କରିଛନ୍ତି।

Share