ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧୮.୫ ଲକ୍ଷ ଠକେଇ

କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ନିକଟ ଦୀଘା ଅଞ୍ଚଳର ଶୁଭାଶିଷ ପତି। ସେ ଗତ ୩ ବର୍ଷ ଧରି ଚକ୍‌ମା ଦେଖାଇ ଗିରଫଦାରିରୁ ବର୍ତ୍ତିବା ପାଇଁ ଖସି ବୁଲୁଥିଲେ।
ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ବିନୋଦ କୁମାର ନାମକ ଜଣେ ବ୍ୟକ୍ତି ୨୦୧୫-୧୬ ମସିହାରେ ୧୮.୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ତାଙ୍କ ପୁଅର ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସହଯୋଗ କରିବାକୁ ତାଙ୍କୁ ୩ ଜଣ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ। ବାଙ୍ଗାଲୋର କିମ୍ବା ଭୁବନେଶ୍ୱରର ଏକ ଖ୍ୟାତନାମା ମେଡିକାଲ କଲେଜରେ ମ୍ୟାନେଜମେଣ୍ଟ କୋଟା ସିଟ୍‌ ଜରିଆରେ ନାମ ଲେଖା ନିମନ୍ତେ ସେମାନେ କହିଥିଲେ। ହେଲେ ସେମାନେ ପ୍ରତିଶ୍ରୁତି ରକ୍ଷା କରିପାରି ନ ଥିଲେ। ଏହାପରେ ସେମାନେ ନେଇଥିବା ଟଙ୍କା ଫେରସ୍ତ ପାଇଁ ଏକ ଚେକ୍‌ ବିନୋଦଙ୍କୁ ପ୍ରଦାନ କରିଥିଲେ। ବିନୋଦ ଉକ୍ତ ଚେକ୍‌ ବ୍ୟାଙ୍କରେ ଲଗାଇବାରୁ ତାହା ବାଉନ୍ସ ହୋଇଯାଇଥିଲା। ଏ ନେଇ ୨୦୧୯ ଡିସେମ୍ବର ୧୬ରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହେବା ପରେ ଏକ ମାମଲା(ନଂ.୧୯/୨୦୧୯) ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ରଘୁନାଥ ବେହେରା ଓ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଶୁଭାଶିଷ ଫେରାର ଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ପଶ୍ଚିମବଙ୍ଗର ବିଷ୍ଣୁପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ଶୁଭାଶିଷଙ୍କୁ ଗିରଫ କରାଯାଇ ସ୍ଥାନୀୟ ଆଲିପୁର ଅତିରିକ୍ତ ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯାଇଛି। କ୍ରାଇମବ୍ରାଞ୍ଚ ଶୁଭାଶିଷଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଖୁବ୍‌ଶୀଘ୍ର ଓଡ଼ିଶାରେ ପହଞ୍ଚତ୍ବ। ଏଥିସହ ତାଙ୍କର ଓଡ଼ିଶାରେ ରହିଥିବା ଅନ୍ୟ ଆପରାଧିକ କାର୍ଯ୍ୟକଳାପ ବିଷୟରେ କ୍ରାଇମ୍‌ବ୍ରାଞ୍ଚ ତନାଘନା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା: ଦାରିଙ୍ଗବାଡ଼ି ବଣିକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦାରିଙ୍ଗବାଡି, ୨୫।୪ (ଅରୁଣ ସାହୁ)- ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କୀବାଦୀଙ୍କ ଆକ୍ରମଣ ଘଟଣାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବଣିକ ସଙ୍ଘ ଓ ଗ୍ରାମବାସୀ ପକ୍ଷରୁ ଏହାର...

ଦୋକାନରେ ମଦ ବିକୁଥିଲେ ମହିଳା ୱାର୍ଡମେମ୍ବର: ଖବର ପ୍ରସାରଣ କରିଥିବା ସାମ୍ବାଦିଙ୍କୁ ମା’ଙ୍କ ସହ ମିଶି ରାସ୍ତା ମଝିରେ ଛେଚି ପକାଇଲେ…

ପାଟଣା,୨୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ଆକ୍ରମଣ ହୋଇଛି। ମଦ ବିକ୍ରି କରୁଥିବା ଥିବା ଜଣେ ମହିଳା...

ମୋଦିଙ୍କୁ ସିଧା ଟାର୍ଗେଟ କଲେ ଶଙ୍କରାଚାର୍ଯ୍ୟ, କହିଲେ ପାକିସ୍ତାନ ବର୍ଡରରେ…

ନୂଆଦିଲ୍ଲୀ,୨୫।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଉତ୍ତରାଖଣ୍ଡର ଜୋଶୀମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ...

ଜବରଦସ୍ତ ସ୍ମାର୍ଟଫୋନ୍‌ ଲଞ୍ଚ କଲା Realme! ୬,୦୦୦mAh  ବ୍ୟାଟେରୀ ସହ ମିଳିବ IP୬୯ ରେଟିଂ, ଜାଣନ୍ତୁ ମୂଲ୍ୟ  

ନୂଆଦିଲ୍ଲୀ,୨୫।୪: Realme ଭାରତରେ ଏହାର ନୂତନ ମଧ୍ୟମ-ରେଞ୍ଜ ଫୋନ Realme ୧୪T ୫G ଲଞ୍ଚ କରିଛି। ଏହି ଫୋନଟି ୬,୦୦୦mAh ବ୍ୟାଟେରୀ ଏବଂ ୪୫W ଫାଷ୍ଟ...

ଆମେରିକାର ବଡ଼ ଘୋଷଣା, ମିଳିଗଲା ଗ୍ରୀନ ସିଗନାଲ, ଏବେ…

ଓ୍ବାଶିଂଟନ୍‌,୨୫।୪: ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି। ଭାରତ...

ନବନିର୍ମିତ ପାର୍କ: ପୂର୍ବରୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ

ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ...

ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ବଡବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି...

ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଛାନିଆ ହେଲାଣି ପାକିସ୍ତାନ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସୀମାରେ ତୟାର ହେଲାଣି ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image