ବାଡ଼ିରୁ ୧୮ ନାଗଛୁଆ ଉଦ୍ଧାର

ରାୟଗଡ଼ା,୨୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ପୁରୁଣା ଏଲ୍‌ଆଇସି କଲୋନୀର ଭରତ ବେନିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ବାଡ଼ିରୁ ୧୮ଟି ନାଗ ଛୁଆ ଉଦ୍ଧାର ହୋଇଛି । ପରିବାର ଲୋକେ ବାଡିକୁ ଯାଇଥିବାବେଳେ ନାଗ ଛୁଆଙ୍କୁ ଦେଖି ରାୟଗଡ଼ା ସ୍ନେକମ୍ୟାନ ଭାବେ ପରିଚିତ ପ୍ରଦୀପ ସେନାପତିଙ୍କୁ ଖବର ଦେଇଥିଲେ। ପ୍ରଦୀପ ସେଠାରେ ପହଞ୍ଚତ୍ ସତର୍କତାର ସହିତ ସମସ୍ତ ନାଗଛୁଆଙ୍କୁ ଉଦ୍ଧାର କରି ସହର ବାହାରେ ଥିବା ଜଙ୍ଗଲରେ ଛାଡ଼ି ଦେଇଥିଲେ। ତେବେ ସହରର ବିଭିନ୍ନ ସ୍ଥାନରେ ଏବେ ସାପ ସଂଖ୍ୟା ବଢ଼ିବାକୁ ଲାଗିଛି । ରାୟଗଡ଼ା ସହରରେ କୌଣସି ସାପ ଧରାଳି ନ ଥିବାରୁ ପ୍ରଦୀପ ହିଁ ଜଣେ ସାହା ଭରସା ପାଲଟିଛନ୍ତି ।

Share