ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…

ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମରିକ ବିମାନ ଗୁଡିକ ତାଇଓ୍ବାନର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଇତିମଧ୍ୟରେ ଚଳିତ ବର୍ଷ ଏହା ଦ୍ୱିତୀୟ ବୃହତ୍ତମ ଅନୁପ୍ରବେଶ।

ଚାଇନାର ବୋମା ବିସ୍ଫୋରଣକାରୀ ଯୁଦ୍ଧ ବିମାନଗୁଡିକ ତାଇୱାନର ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଅଞ୍ଚଳରେ ଏକ ସମୟରେ ଉଡ଼ିଥିବାବେଳେ ବିମାନଗୁଡିକ ଦକ୍ଷିଣ-ପଶ୍ଚିମ ଦିଗରୁ ଆସିଥିବା ତାଇଓ୍ବାନ କହିଛି।

ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ବିମାନଗୁଡ଼ିକ ମଧ୍ୟରେ ୬ ଟି ଜେ-୧୧ ଯୁଦ୍ଧ ବିମାନ, ୬ ଟି ଜେ-୧୬ ଯୁଦ୍ଧ ବିମାନ, ଦୁଇଟି ସିଆନ ଏଚ୍‌-୬ ବୋମା ବିସ୍ଫୋରଣକାରୀ ବିମାନ, ଦୁଇଟି କେଜେ-୫୦୦ ବିମାନ ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ ବିମାନ, ଗୋଟିଏ ଶାନସି ଓ୍ବାଇ-୮ ଅନ୍ତର୍ଭୁକ୍ତ ଥିଲା।

ତାଇୱାନ ନ୍ୟୁଜ ରିପୋର୍ଟ କରିଛି ଯେ ଏକ ବୁଡ଼ାଜାହାଜ ପ୍ରତିରୋଧୀ ଯୁଦ୍ଧ ବିମାନ ଏବଂ ଶାନସି ଓ୍ବାଇ-୮ ଇଲେକ୍ଟ୍ରୋନିକ ଯୁଦ୍ଧ ବିମାନ ମଧ୍ୟ ଏଥିରେ ରହିଥିଲା। ଏଗୁଡିକର ମୁକାବିଲା ପାଇଁ ତାଇୱାନର ବାୟୁସେନା ବିମାନ ପଠାଇଥିଲା। ରେଡିଓ ଚେତାବନୀ ଦିଆଯାଇଥିଲା ଏବଂ ଚାଇନାର ବିମାନକୁ ଟ୍ରାକ କରିବା ପାଇଁ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ନିୟୋଜିତ କରିଯାଇଥିବା ତାଇଓ୍ବାନ କହିଛି।

Share