ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରଭାବ ଜାରି ରହିଛି। ସକାଳ ୯ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ସୋମବାର ୪୪ .୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡରେ ୪୪ ଡିଗ୍ରୀ ପାର୍ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ଝାରସୁଗୁଡାରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୩.୫ ଡିଗ୍ରୀ, ବୌଦ୍ଧରେ ୪୨.୯ ଡିଗ୍ରୀ, ସମ୍ବଲପୁରରେ ୪୨.୮ ଡିଗ୍ରୀ, ସୋନପୁରରେ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ସୁନ୍ଦରଗଡରେ ୪୨.୪ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ବରଗଡ ୪୨.୧ ଡିଗ୍ରୀ, ତାଳଚେରରେ ୪୨.୦ ଡିଗ୍ରୀ, ନୂଆପଡା ୪୨.୦ ଡିଗ୍ରୀ, ନୟାଗଡ ୪୨.୦ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ନବରଙ୍ଗପୁରରେ ୪୦.୪ ଡିଗ୍ରୀ ଓ ଭଦ୍ରକରେ ୪୦.୦ ତାପମାତ୍ରା ଡିଗ୍ରୀ ରେକର୍ଡ କରାଯାଇଛି।