Categories: ରାଜ୍ୟ

ଜାଲ୍‌ ପ୍ରମାଣ ପତ୍ର ଦେଇ ନେଇଗଲେ ୧୮ କୋଟି ଏସ୍‌ସି-ଏସ୍‌ଟି ଛାତ୍ରବୃତ୍ତି

ଭୁବନେଶ୍ୱର,୧୧।୯(ଅନିଲ ଦାସ): ଜାଲ୍‌ ପ୍ରମାଣପତ୍ରରେ କିପରି ଛାତ୍ର ବୃତ୍ତି ହଡ଼ପ କରାଯାଇଛି ତାହାର ମଧ୍ୟ ଗୁମର ଖୋଲିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜିି)। ରିପୋର୍ଟରେ ୯୭ ଲକ୍ଷ ଟଙ୍କାର ବୃତ୍ତି ଟଙ୍କା ହଡପ୍‌ କରାଯାଇଥିବା ଦର୍ଶାଯାଇଛି । ଜାଲ୍‌ ପ୍ରମାଣପତ୍ର ଜରିଆରେ ଏସ୍‌ସି/ଏସଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତି ଟଙ୍କା ହଡ଼ପ୍‌ କରାଯାଇଛି।

ଜିଲା କଲ୍ୟାଣ ଅଧିକାରୀ ଯାଞ୍ଚ ନ କରିବାରୁ ୯୭.୩୨ ଲକ୍ଷ ଟଙ୍କା ହଡ଼ପ୍‌ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛନ୍ତିି। ସେହିପରି ନ କଲି ଆୟ ପ୍ରମାଣପତ୍ର ଦେଖାଇ ୪୮ ପିଲା ବୃତ୍ତି ଟଙ୍କା ନେଇଯାଇଛନ୍ତି । ଅନୁବନ୍ଧିତ ହୋଇ ନ ଥିବା କିଛି ଶିକ୍ଷାନୁଷ୍ଠାନ ମଧ୍ୟ ବୃତ୍ତି ଟଙ୍କା ନେଇଯାଇଛନ୍ତି । ୩୮ଟି ଶିକ୍ଷାନୁଷ୍ଠାନର ୫୬୬୦ ପିଲାଙ୍କୁ ବେଆଇନ ଭାବେ ୧୮ କୋଟି ଦିଆଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ।

ସେହିପରି ରିହାତି ଦରରେ ଜମି ଲିଜ ପାଇବାକୁ ଯୋଗ୍ୟ ନ ଥିବା ,ଅନୁଷ୍ଠାନକୁ ପୁରୀ ଜିଲାପାଳ ସରକାରୀ ଜମି ଲିଜ ଦେବା ଯୋଗୁ ୮.୪୭ କୋଟି ଟଙ୍କାର ରାଜସ୍ବ ହାନୀ ହୋଇଛି। ରାଜ୍ୟ ସରକାର ଶିଳ୍ପମାନଙ୍କୁ ଜମି ଯୋଗାଇ ଦେବାକୁ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଥିବା ବେଳେ ରାଜସ୍ବ ବିଭାଗ ନୀତି ଅନୁସାରେ ସ୍କୁଲ, କଲେଜ ପାଇଁ ରିହାତି ଦରରେ ଜମି ମନା ଥିବାବେଳେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପୁରୀ ଜିଲ୍ଲାପାଳ ୫ ଏକର ଜମି ଲିଜ୍‌ ଦେଇଥିଲେ। ପୁରୀ ଜିଲାପାଳଙ୍କ ଏହି ଅନିୟମିତ କାର୍ଯ୍ୟ ପାଇଁ ୮.୪୭ କୋଟି ରାଜସ୍ବ ହାନୀ ଘଟିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Share