
କେନ୍ଦୁଝର,୨୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବନାଞ୍ଚଳ ଅଞ୍ଚଳରେ ୧୮ଟିକିଆ ହାତୀପୋଲ ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ସଂଧ୍ୟାରେ ସଲରାପଣ୍ଠ ଜଙ୍ଗଲରୁ ବାହାରି ବିଳମ୍ବିତ ରାତି ୧ଟାବେଳେ ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ଟିକରପଡା ହନୁମାନଘାଟି ତଳ ଜଙ୍ଗଲ ଦେଇ ହାତୀପୋଲ କାଦଗଡ ମୁହାଁ ହୋଇଥିଲେ। ଟିକରପଡା ଗ୍ରାମର ବିନେଶ ବେହେରାଙ୍କ କ୍ଷେତରେ ହୋଇଥିବା ୧ଏକରରୁ ଉର୍ଦ୍ଧ ବଇତାଳୁ,ଶ୍ରୀକାନ୍ତ ବେହେରା ଓ ବସନ୍ତ ବେହେରାଙ୍କ ସୋଲା ଚାଷ ହାତୀପୋଲ ପାଦରେ ଦଳି ନଷ୍ଟ କରିଦେଇଛନ୍ତି।
ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ହାତୀ ଘୋଉଡାଇବା ସ୍କ୍ବାର୍ଡ କର୍ମଚାରୀ ସମେତ ସ୍ଥାନୀୟ ଲୋକେ ହାତୀପୋଲଙ୍କୁ ଘୋଉଡାଇଥିଲେ। ସେମାନେ ଯେଉଁ ଦିଗରେ ଯାଇଥିଲେ ପୁଣି ରାଇସୁଆଁ ଫାର୍ମ ଦେଇ ସକାଳ ୫ଟାବେଳେ ଟିକରପଡା କୁଡିଆଘରା ସାହି ନିକଟସ୍ଥ ଆମ୍ବଡହରା ଜଙ୍ଗଲକୁ ହାତୀପୋଲ ଫେରିଥିବା ଜଣାପଡିଛି। ତେବେ ହାତୀ ଘୋଉଡାଇବାବେଳେ ଟିକରପଡା ଗ୍ରାମର ହେମନ୍ତ ବେହେରା(୩୦)ତଳେ ପଡି ଯିାରୁ ତାଙ୍କର ଡାହାଣ ହାତ ଭାଙ୍ଗିଛି।ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।କ୍ଷେତରେ ହୋଇଥିବା ବିଭିନ୍ନ ପନିପରିବା ଫସଲ ହାତୀପୋଲ ପାଦରେ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକୋଳନ କରି କ ଚାଷୀଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।