ରାଇପାହାଡ଼ର ୧୮ପରିବାର ଆନ୍ଧ୍ର ହିତାଧିକାରୀ

ନନ୍ଦପୁର,୩୦ା୭(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଳକ ଚାଟୁଆ ବୈଠକକୁ ଆନ୍ଧ୍ର-ଓଡ଼ିଶା ସୀମା ସମ୍ପର୍କିତ କୌଣସି କାଗଜପତ୍ର ଓ ମାନଚିତ୍ର ନ ଆଣି ଆସିଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ। ଫଳରେ ବୈଠକରେ ଆଲୋଚନା ଫଳପ୍ରଦ ହୋଇପାରି ନ ଥିଲା। ତେବେ ରାଇପାହାଡ଼ ଗ୍ରାମବାସୀଙ୍କୁ ଆନ୍ଧ୍ର ହିତାଧିକାରୀ ଓ ବିଭିନ୍ନ ଯୋଜନାରେ ସାମିଲ କରିଥିବା ପ୍ରମାଣ ଏବଂ ତାଲିକା ଦେଇ ନିଜ ଅନୁପ୍ରବେଶକୁ ସ୍ବୀକାର କରିଥିଲେ ଆନ୍ଧ୍ର ଅଧିକାରୀ। ରାଇପାହାଡ଼ ଗ୍ରାମକୁ ନିଜର ବୋଲି କହି ଆନ୍ଧ୍ର ଜୋର୍‌ କରୁଥିବା ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ପ୍ରସ୍ତାବକୁ ଆମ କ୍ଷମତା ବାହାରେ କହି ଟାଳି ଦେଇଥିଲେ ଉପସ୍ଥିତ ଆନ୍ଧ୍ର ପ୍ରଶାସନିକ ଦଳର ନେତୃତ୍ୱ ନେଇଥିବା ଡୁମୁରିଗୁଡା ତହସିଲଦାର ସିଏଚ୍‌ ନାଗାମା। ଆନ୍ଧ୍ର ରାଇପାହାଡ଼ ଗ୍ରାମରେ ଅନୁପ୍ରବେଶକରି ଗ୍ରାମରେ ବସବାସ କରୁଥିବା ୧୮ ପରିବାରକୁ ରାଶନ, ଜବ୍‌କାର୍ଡ, ଭୋଟର କାର୍ଡ, ଜଙ୍ଗଲ ଜମି ପଟ୍ଟା, ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା, ୬ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ, ପାଣି, ବିଦ୍ୟୁତ୍‌ ଏଜିଏନ୍‌ଆର୍‌ଇଜିଏସ୍‌ରେ ସମସ୍ତ ପରିବାରକୁ କର୍ମନିଯୁକ୍ତି ଓ ଉନ୍ନୟନମୂଳକ କାର୍ଯ୍ୟର ହିତାଧିକାରୀଙ୍କ ତାଲିକା ଦେବା ଘଟଣାକୁ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅଧିକାରୀ ଓ ବୁଦ୍ଧିଜୀବୀମାନେ ସହଜରେ କେହି ଗ୍ରହଣ କରିପାରିନାହାନ୍ତି। ଏହା ଆନ୍ଧ୍ରର ଓଡ଼ିଶା ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି।
ଆନ୍ଧ୍ର-ଓଡ଼ିଶା ସୀମା ନିର୍ଦ୍ଧାରଣ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ବୈଠକକୁ ସମସ୍ତ କାଗଜପତ୍ର, ମ୍ୟାପ୍‌ ଧରି ଆସିବାକୁ ଆନ୍ଧ୍ରକୁ ଓଡ଼ିଶା ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେମାନେ କିଛି ନ ଆଣି ଆସିଥିଲେ। କେବଳ ରାଇପାହାଡ଼ରେ ଆନ୍ଧ୍ର କରୁଥିବା କାର୍ଯ୍ୟ ଓ ସହାୟତାର ତାଲିକା ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଦେଇ ବୈଠକକୁ ଅମୀମାଂସିତ ରଖି ଚାଲିଯାଇଥିଲେ ଆନ୍ଧ୍ର ଅଧିକାରୀମାନେ। ଉକ୍ତ ତାଲିକାରେ ଆନ୍ଧ୍ର ପକ୍ଷରୁ ରାଇପାହାଡ଼ରେ ବସବାସ କରୁଥିବା ୧୮ଟି ପରିବାରର ୬୫ ଜଣଙ୍କ ମଧ୍ୟରୁ ୧୬ ପରିବାରକୁ ରାଶନ କାର୍ଡ, ୧୦ ପରିବାର ନିମନ୍ତେ ଜବ୍‌କାର୍ଡ, ୨୫ ଜଣଙ୍କୁ ଭୋଟର କାର୍ଡ, ୧୨ ପରିବାରକୁ ଜଙ୍ଗଲ ଜମିପଟ୍ଟା, ୬୫ ଜଣଙ୍କୁ ଜନ୍ମ ପ୍ରମାଣପତ୍ର, ୬୩ ଜଣଙ୍କୁ ଆଧାର କାର୍ଡ, ୨୨ ଜଣକୁ ପ୍ରାଥମିକ ଶିକ୍ଷା ଓ ଗେମେଲି ଦଶରଥ ନାମୀ ନାମକ ଯୁବକଙ୍କୁ ଡିଗ୍ରୀ ଯାଏ ଶିକ୍ଷା ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ସୀମା ନିର୍ଦ୍ଧାରଣ କରିବାକୁ ଆସିଥିବା ଆନ୍ଧ୍ର ଅଧିକାରୀ ଗୋଟିଏ ପଟେ ସୀମା ସମ୍ପର୍କିତ କୌଣସି କାଗଜପତ୍ର ଓ ମାନଚିତ୍ର ଆଣି ନ ଥିବା କହି ସମୟ ମାଗିଥିଲେ। ଅନ୍ୟପଟେ ରାଇପାହାଡ଼ ଗ୍ରାମବାସୀଙ୍କୁ ନିଜ ହିତାଧିକାରୀ ବୋଲି ପ୍ରମାଣ ଓ ତାଲିକା ପ୍ରଦାନ କରିବାକୁ ସହଜରେ ଗ୍ରହଣ କରି ନ ଥିଲେ ଉପସ୍ଥିତ ଓଡ଼ିଶା ପ୍ରଶାସନିକ ଅଧିକାରୀ। ରାଇପାହାଡ଼ ଗ୍ରାମରେ ଆନ୍ଧ୍ରର ଉନ୍ନୟନମୂଳକ କାର୍ଯ୍ୟ ଜାରି ବନ୍ଦକରି ତୁରନ୍ତ ଏହି ରାଜ୍ୟର ଅନୁପ୍ରବେଶରେ ରୋକ ଲଗାଇବାକୁ ରାଜ୍ୟର ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିମାନେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତକରି ଫେରୁଥିଲେ, ପଛପଟୁ ମାଡ଼ିଆସି ଗ୍ରାମବାସୀ:  ଢେଲା ପଥର ମାଡ଼ରେ ୨୬ ପୋଲିସ କର୍ମଚାରୀ ଆହତ 

ମୋହନା,୨୧।୩:(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଯୁବ ପଞ୍ଚାୟତ ପିଡିଆରି ଗାଁରେରେ ଗୁରୁବାର ରାତିଅଧରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଜବତ ବେଳେ...

ଏକା ଥରକେ ୩ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି

ବଡ଼ବିଲ,୨୧।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଠାକୁରାଣୀସ୍ଥିତ ଓଏମ୍‌ଡିସି (ଓଡ଼ିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନୀ)ରେ କାର୍ଯ୍ୟରତ କର୍ମଚାରୀ ଏବଂ ଶ୍ରମିକଙ୍କୁ ଦୀର୍ଘ ୮...

ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ

ବ୍ରହ୍ମପୁର,୨୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ବିଭିନ୍ନଭତ୍ତା ଓ ସରକାରୀ ଯୋଜନାରେ ଆସିଥିବା ୪୩ଲକ୍ଷ ୧ହଜାର ୬୪୦ ଟଙ୍କା ହଡପ...

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ଦୁଝର,୨୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ କାର୍ଯ୍ୟକାରୀ ସଭାପତି...

ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ...

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।...

ଛେଚିବ କୁଆପଥର ବର୍ଷା: ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର,୨୧ା୩: ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ୯ ଜିଲାରେ କୁଆପଥର ବର୍ଷା ନେଇ ଅନୁମାନ କରାଯାଛି। ଏହାସହ ୩ ଜିଲାରେ...

ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image