Categories: ଜାତୀୟ

ବଙ୍ଗୋବସାଗରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଟ୍ରଲର: ୧୮ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା,୧୯।୮: ପଶ୍ଚିମ ବଙ୍ଗୋପସାଗରର ଉପସାଗରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗଭୀର ସମୁଦ୍ରକୁ ମାଛ ଧରିଯାଇଥିବା ଏକ ଟ୍ରଲର ବୁଡ଼ିଯାଇଛି। ଏଥିରେ ଥିବା ୧୮ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ସହ ଏକ ଉଦ୍ଧାରକାରୀ ଦଳକୁ ରେସକ୍ୟୁ ଅପରେଶନ୍‌ରେ ଲଗାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କାହାରିକୁ ଉଦ୍ଧାର କରାଯାଇପାରିନାହିଁ। ଶୁକ୍ରବାର ସକାଳେ ଦକ୍ଷିଣ ୨୪ ପ୍ରାଙ୍ଗଣାର କାକଦ୍ୱୀପ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ସୁନ୍ଦରବନ ଅଞ୍ଚଳରେ ରହୁଥିବା ସମସ୍ତ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଏକ ଟ୍ରଲର ଯୋଗେ ବଙ୍ଗୋପସାଗରକୁ ଯାଇଥିଲେ। କାକଦ୍ୱୀପ ନିକଟରେ ଥିବା ଉପସାଗରରେ ମତ୍ସ୍ୟଜୀବୀ ଟ୍ରଲର ହଠାତ୍‌ କୌଣସି ଏକ ବସ୍ତୁ ସହ ଧକ୍କା ହେବାରୁ ବୁଡ଼ି ଯାଇଥିଲା। ସୂଚନା ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡଙ୍କ ସମେତ ତଟରକ୍ଷୀ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଚଳାଇଛି। ଏଥିସହ ନିଖୋଜ ଲୋକଙ୍କୁ ଖୋଜିବାକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କଠାରୁ ମଧ୍ୟ ସହାୟତା ଲୋଡାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀଙ୍କ ପତ୍ତା ମିଳିପାରି ନାହିଁ।

Share