କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ

ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି। ନାଗା ସାଧୁଙ୍କ ନାମ ହେଉଛି ନାରାୟଣ ନନ୍ଦ ଗିରି ମହାରାଜ। ସେ ଜୁନା ଆଖଡ଼ାର ନାଗା ବାବା। ତାଙ୍କର ଓଜନ ମାତ୍ର ୧୮ କିଲୋଗ୍ରାମ୍‌। ବାବାଙ୍କ ବୟସ ୫୬ ବର୍ଷରୁ ଅଧିକ। ସେ ଝାନ୍ସୀରୁ ହରିଦ୍ୱାର କୁମ୍ଭମେଳାକୁ ଆସିଛନ୍ତି। ସେ ସ୍ଥାନୀୟ ହନୁମାନ ମନ୍ଦିରରେ ଡେରା ପକାଇଛନ୍ତି। ୨୦୧୦ରେ ସେ ଜୁନା ଆଖଡ଼ାରେ ଯୋଗ ଦେଇ ନାଗା ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲେ। ବାବା କୁମ୍ଭମେଳାରେ ସକାଳ ୭ଟାଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସମସ୍ୟା ସମାଧାନ କରୁଛନ୍ତି।

Share