ଜାପାନର ଜଣେ ଯୁବକଙ୍କୁ ପିଲାଦିନୁ ଜୀବଜନ୍ତୁ ବହୁତ ଭଲ ଲାଗୁଥିଲେ। ଟିଭିରେ ସେ ପ୍ରାଣୀଙ୍କୁ ନେଇ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଥିଲେ। ପ୍ରାଣୀଙ୍କ ନକଲ ବି କରୁଥିଲେ। ଆଉ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ, ଦିନେ ସେ ଯେମିତି ବି ହେଉ ଏକ ପ୍ରାଣୀ ପରି ଦେଖାଯିବେ। ବଡ଼ ହେବା ପରେ ସେ ଅନେକ ଷ୍ଟୁଡିଓ ଗଲେ ନିଜର ଫିଟିଙ୍ଗ ଓ ମାପ ଦେଇ ବିଲୁଆ ପୋଷାକ କରିବା ପାଇଁ। ଶେଷରେ ଗୋଟିଏ ଷ୍ଟୁଡିଓ ତାଙ୍କ ମନପସନ୍ଦର ବିଲୁଆ ପୋଷାକ କରିବା ଲାଗି ରାଜି ହୋଇଥିଲା। ୫୦ ଦିନରେ ସେହି ପୋଷାକ ପ୍ରସ୍ତୁତ ହୋଇଗଲା। ସେହି ପୋଷାକଟିର ସୂକ୍ଷ୍ମ କାରୁକାର୍ଯ୍ୟ ତାଙ୍କୁ ବେଶ୍ ପସନ୍ଦ ଆସିଥିଲା। ତାଙ୍କୁ ଯେଉଁଭଳି ପୋଷାକର ଆବଶ୍ୟକତା ଥିଲା ଠିକ୍ ସେହିଭଳି ପୋଷାକ ଷ୍ଟୁଡିଓ ତିଆରି କରିଥିଲା। ସେହି ପୋଷାକକୁ ପିନ୍ଧି ଯୁବକ ଜଣକ ଦର୍ପଣରେ ନିଜକୁ ଦେଖିଲା ପରେ ତାଙ୍କର ବହୁ ବର୍ଷର ସ୍ବପ୍ନ ପୂରଣ ହୋଇଥିବା ଦେଖି ଖୁସିରେ ଆତ୍ମହରା ହୋଇଯାଇଥିଲେ। କାରଣ ପୋଷାକଟିର ଲୋମଶ ଶରୀର ସହ ଗୋଡ, ପଞ୍ଝା, ଆଖି, ନାକ ସବୁ କିଛିକୁ ଏତେ ନିଖୁଣଭାବେ ବିଲୁଆ ପରି କରାଯାଇଛି ଯେ, ତାକୁ ପିନ୍ଧି ସେ ସତସତିକା ବିଲୁଆ ପରି ଦେଖାଯାଉଥିଲେ। ହେଲେ ଏଥିପାଇଁ ତାଙ୍କୁ ୧୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ପଡିଛି। ତେବେ ପିଲାଦିନର ସ୍ବପ୍ନ ପୂରଣ ହୋଇପାରିଥିବା ଯୋଗୁ ସେ ବେଶ୍ ଖୁସି ଅଛନ୍ତି।