ଆନନ୍ଦପୁର,୨୩।୨(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଖପରାଖାଇ ଅଞ୍ଚଳର ଇନ୍ଦ୍ରମଣି ନନ୍ଦିଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୧୦ହଜାର ନଗଦ ଟଙ୍କା ସହ ୧୮ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୫୮/୨୩ରେ ମାମଲା ରୁଜୁ କରାଯାଇ ଘସିପୁରା ଥାନାଧିକାରୀ ବିକ୍ରମ କୁମାର ଭୁୟାଁ ସାଇନ୍ଟିଫିକ୍ ଟିମ୍ ଜରିଆରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।