ଚାଇନା କୋଇଲା ଖଣିରେ ଦୁର୍ଘଟଣା: ୧୮ ଶ୍ରମିକ ମୃତ

ବେଜିଂ,୫ ।୧୨: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡର ସ୍ତର ବୃଦ୍ଧି ପାଇବାରୁ ଏକ ଦୁର୍ଘଟଣା ଘଟିଛି । ଏଥିରେ କାମ କରୁଥିବା ପ୍ରାୟ ୧୮ ଜଣ ଶ୍ରମିକଙ୍କର ଖଣି ମଧ୍ୟରେ ମୃତ୍ୟୁ ହୋଇଛି । ଶନିବାର ଏହି ଘଟଣା ଘଟିଥିବା ବେଳେ ସରକାରୀ ସମ୍ବାଦ ଏଜେନ୍ସି ସିହ୍ନୁଆ କହିଛି ଏହି ଘଟଣା ଚୋଂଗକିଂଗ ନଗରନିଗମର ୟୋଗଚୁଆନ ଜିଲାରେ ଥିବା ଦିୟାଓଶୁନ୍ଦାଂଗ କୋଇଲା ଖଣିରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି । ୫ ଜଣ ଶ୍ରମିକ ଏବେବି ନିଖୋଜ ରହିଛନ୍ତି ଓ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଯେଉଁଠାରେ ଶ୍ରମିକମାନେ ଫସି ରହିଛନ୍ତି ଉଦ୍ଧାକାରୀ ଦଳ ସେଠାରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି ।

Share