ରାଜ୍ୟରେ ଖୋଲିବ ଆଉ ୧୮ ସରକାରୀ +୩ କଳା ଡିଗ୍ରୀ କଲେଜ

ଭୁବନେଶ୍ୱର,୫ା୧: ରାଜ୍ୟରେ ଆଉ ୧୮ଟି ସରକାରୀ + ୩ କଳା ଡିଗ୍ରୀ କଲେଜ ଖୋଲିବ। ୨୦୨୪-୨୫ରୁ ଏହି କଲେଜ ଖୋଲି ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ନବରଙ୍ଗପୁରରେ ସର୍ବାଧିକ ୪ଟି +୩ ଡିଗ୍ରୀ କଲେଜ ଖୋଲିବ।

ସେହିପରି ରାୟଗଡ଼ା, ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୩ଟି ଲେଖାଏ ଖୋଲିବ। ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଖୋଲିବ କଲେଜ। ରାୟଗଡ଼ାର କାଶୀପୁରସ ରମଣଗୁଡ଼ା ଓ ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଡିଗ୍ରୀ କଲେଜ ଖୋଲିବ। କୋରାପୁଟର ବନ୍ଧୁଗାଁ ଓ ନାରାୟଣପାଟଣାରେ ମଧ୍ୟ ଏହି କଲେଜ ଖୋଲିବ।

ସେହିପରି ଗଜପତିର ଗୁମ୍ମା ଏବଂ ଗଞ୍ଜାମର ଧରାକୋଟରେ +୩ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା ହୋଇଛି। କଳାହାଣ୍ଡିର ଥୂଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଙ୍ଗରେ ଏହି ଡିଗ୍ରୀ କଲେଜ ଖୋଲିବ।

Share