Categories: ଜାତୀୟ

କ୍ୟାମ୍ପସରୁ ୧୮ ପଜିଟିଭ୍‌ ଚିହ୍ନଟ

ତାମିଲନାଡୁ,୨୨।୪: ଆଇଆଇଟି ମାଡ୍ରାସ କ୍ୟାମ୍ପସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ପଜିଟିଭ୍‌ ହୋଇଛନ୍ତି। ଏହାକୁ ମିଶାଇ କ୍ୟାମ୍ପସରୁ ଏଯାବତ୍‌ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପଜିଟିଭ୍‌ ଚିହ୍ନଟ ହେବା ପରେ କ୍ୟାମ୍ପସକୁ କଣ୍ଟେନମେଣ୍ଟ କରାଯିବା ସହ ସାନିଟାଇଜେସନ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ମଧ୍ୟ ଆଇଆଇଟି ମାଡ୍ରାସକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ତାମିଲନାଡୁରୁ ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୩,୩୯୦କୁ ବୃଦ୍ଧି ପାଇଛି। ତେବେ କରୋନା ଯୋଗୁ ରାଜ୍ୟରେ କାହାର ମୃତ୍ୟୁ ହୋଇନାହିଁ।

Share