କଟକ ସହରରୁ ୧୬ ନୂଆ ପଜିଟିଭ ଚିହ୍ନଟ

କଟକ ଅଫିସ, ୨୦।୭: କଟକ ସହରରୁ ସୋମବାର ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ଜଣ ସରକାରୀ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଅଛନ୍ତି। ଏହାବ୍ୟତୀତ ୨ଟି ଲୋକାଲ କେସ୍‌ ରହିଛି।
କଟକ ସହରର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଥିବା ବେଳେ ୨୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୪୨ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି।

Share