Categories: ଜାତୀୟ

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ

ହାଇଦ୍ରାବାଦ,୩୦।୭: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ହେତୁ ପ୍ରାୟ ୧୯ହଜାର ଲୋକଙ୍କୁ ରାଜ୍ୟର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବନ୍ୟା ପ୍ରଭାବିତଙ୍କୁ ବିସ୍ଥାପିତ କରାଯାଇଛି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏଥର ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଯୋଗୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଶନିବାର ରାତିରେ ବର୍ଷାରୁ କିଛି ଟା ଆଶ୍ୱସ୍ତି ମିଳିଛି। ଏହି କାରଣରୁ ଉଦ୍ଧାରକାରୀ ଦଳ ଆଲର୍ଟ ହୋଇଛନ୍ତି। ରାଜ୍ୟରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ ରଖାଯାଇଛି। ସିଏମ କେ ଚନ୍ଦ୍ରଶେଖର ରାଓ ଦିନସାରା ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବ ଶାନ୍ତି କୁମାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସେ ରିଲିଫ କାର୍ଯ୍ୟ ସମେତ ସବୁ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି।

Share