Posted inଜାତୀୟ

କେନ୍ଦ୍ର ଉପରେ ୧୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର କୋଟି କୋଟି ମନରେଗା ମଜୁରି ବାକି: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୨୩।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଅଭିଯୋଗ କରିଛନ୍ତି ବଜେଟକୁ ଏକ ତୃତୀୟାଂଶ ହ୍ରାସ କରିବା ପରେ ମଧ୍ୟ ମୋଦି ସରକାର ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମନରେଗା ମଜୁରିର ୬,୩୬୬ କୋଟି ଟଙ୍କା ବାକି ରଖିଛନ୍ତି।

୧୮ ବର୍ଷ ପୂର୍ବେ କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ଫ୍ଲାଗସିପ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ମନରେଗାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। କହିଛନ୍ତି ୨୦୦୫ ମସିହାରେ କଂଗ୍ରେସ-ୟୁପିଏ ସରକାର କୋଟି କୋଟି ଲୋକଙ୍କ କାମ କରିବାର ଅଧିକାର ନିଶ୍ଚିତ କରିବାକୁ ମନରେଗା କାର୍ଯ୍ୟକାରୀ କରିଥିଲେ।

ସୋସିଆଲ ମିଡିଆରେ ଖାର୍ଗେ କହିଛନ୍ତି ମୋଦି ସରକାର ଚଳିତ ବର୍ଷ ମନରେଗା ବଜେଟକୁ ୩୩ ପ୍ରତିଶତ ହ୍ରାସ କରିଛନ୍ତି। କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଦେଶର ୧୪.୪୨ କୋଟି ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲୀ ବାର୍‌ହା ଶିକାର କରି ୪ ଅଟକ

ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍‌ହା ଶିକାର କରାଯାଇଛି। ଏହି...

ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ

ବଲାଙ୍ଗୀର,୧୧ା୪(ସୁନୀଲ ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ...

ଖବର ପ୍ରକାଶ ପରେ ତତ୍ପର ହେଲେ ପ୍ରକଳ୍ପ ପ୍ରଶାସକ: ବ୍ୟବସାୟୀଙ୍କୁ ଶୀଘ୍ର ହାଟ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା...

ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ

କୋକସରା,୧୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ୍‌...

ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା

ଓ୍ବାଶିଂଟନ,୧୧ା୪: ଆମେରିକାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଝି ଆକାଶରେ ହେଲିକପ୍ଟର୍‌ କ୍ରାସ୍‌ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ନଦୀ...

୬୦୬ରୁ ଅଛନ୍ତି ମାତ୍ର ୧୯୯ ଡାକ୍ତର

ଭବାନୀପାଟଣା,୧୧ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗରେ ଏବେ ଅନେକ ପଦବୀ ଖାଲି ପଡିଛି। ଫଳରେ ଜିଲାବାସୀ ଠିକ୍‌ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟସେବା...

ଶ୍ମଶାନ ମାଟି ତଳୁୁ ଶବ ଗାଏବ

ଭଣ୍ଡାରିପୋଖରୀ,୧୧।୪ (ରାଜେନ୍ଦ୍ର ଶତପଥୀ): ଶ୍ମଶାନରୁ ଶବ ଗାଏବ। ଗଁା ଶ୍ମଶାନରେ ମା’ଙ୍କ ମୃତଦେହ ପୋତାଯାଇଥିଲା। ଦଶାହ କର୍ମ ପାଇଁ ପୁଅ ଗଲାବେଳକୁ ଶ୍ମଶାନରେ ମୃତଦେହ ନାହିଁ।...

୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି

ନୂଆଦିଲ୍ଲୀ,୧୧।୪: ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image