Categories: ଜାତୀୟ

କେନ୍ଦ୍ର ଉପରେ ୧୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର କୋଟି କୋଟି ମନରେଗା ମଜୁରି ବାକି: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୨୩।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଅଭିଯୋଗ କରିଛନ୍ତି ବଜେଟକୁ ଏକ ତୃତୀୟାଂଶ ହ୍ରାସ କରିବା ପରେ ମଧ୍ୟ ମୋଦି ସରକାର ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମନରେଗା ମଜୁରିର ୬,୩୬୬ କୋଟି ଟଙ୍କା ବାକି ରଖିଛନ୍ତି।

୧୮ ବର୍ଷ ପୂର୍ବେ କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ଫ୍ଲାଗସିପ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ମନରେଗାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। କହିଛନ୍ତି ୨୦୦୫ ମସିହାରେ କଂଗ୍ରେସ-ୟୁପିଏ ସରକାର କୋଟି କୋଟି ଲୋକଙ୍କ କାମ କରିବାର ଅଧିକାର ନିଶ୍ଚିତ କରିବାକୁ ମନରେଗା କାର୍ଯ୍ୟକାରୀ କରିଥିଲେ।

ସୋସିଆଲ ମିଡିଆରେ ଖାର୍ଗେ କହିଛନ୍ତି ମୋଦି ସରକାର ଚଳିତ ବର୍ଷ ମନରେଗା ବଜେଟକୁ ୩୩ ପ୍ରତିଶତ ହ୍ରାସ କରିଛନ୍ତି। କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଦେଶର ୧୪.୪୨ କୋଟି ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା ଅଛନ୍ତି।

Share