୧୮ରୁ ୪୪ ଟିକାକରଣ: ୭ ମ୍ୟୁନିସିପାଲିଟି, ୨ ଏନ୍‌ଏସିରେ ସୋମବାରରୁ ଆରମ୍ଭ ହେବ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ରାଜ୍ୟର ୭ ଜିଲାର ୭ ମ୍ୟୁନିସିପାଲିଟି ଓ ୨ ଏନ୍‌ଏସିରେ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ସ୍ଥାନଗୁଡ଼ିକ ହେଲା ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି, ପୋଲସରା ଏନ୍‌ଏସି, ଜଗତ୍‌ସିଂହପୁରର ପାରାଦୀପ ମ୍ୟୁନିସିପାଲିଟି, ଯାଜପୁରର ବ୍ୟାସନଗର ମ୍ୟୁନିସିପାଲିଟି, ଖୋର୍ଦ୍ଧାର ଜଟଣୀ ମ୍ୟୁନିସିପାଲିଟି, କୋରାପୁଟର ଜୟପୁର ଓ ସୁନାବେଡ଼ା ମ୍ୟୁନିସିପାଲିଟି, ନୂଆପଡ଼ାର ଖରିଆର ରୋଡ୍‌ ଏନ୍‌ଏସି ଏବଂ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ମ୍ୟୁନିସିପାଲିଟି। ଏନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହପାତ୍ର ସମ୍ପୃକ୍ତ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସ୍ଥାନରେ ଏହି ବର୍ଗର ୧,୯୦,୨୨୦ ହିତାଧିକାରୀ ରହିଛନ୍ତି।

Share