Categories: ଖେଳ

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍‌ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ୧୮ ବର୍ଷୀୟ ବ୍ୟାଟ୍ସମ୍ୟାନ ଆୟେଶା ନାସିମ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଚମତ୍କାର ବ୍ୟାଟ୍ସମ୍ୟାନ ଆୟେଶା ନାସିମ ଧାର୍ମିକ କାରଣରୁ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ସେ ବ୍ୟକ୍ତିଗତ କାରଣ ଭାବରେ ଅବସର ଗ୍ରହଣ କରିବାର କାରଣ ଦେଇଛନ୍ତି, କିନ୍ତୁ ଧାର୍ମିକ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବାର ଅନୁମାନ କରାଯାଉଛି। ଏହି କାରଣରୁ ସେ ୨୩ ସେପ୍ଟେମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଚାଇନାର ହାଙ୍ଗଜୋରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଖେଳ ପାଇଁ ପାକିସ୍ତାନ ମହିଳା କ୍ରିକେଟ ଦଳରେ ମନୋନୀତ ହୋଇନାହାଁନ୍ତି।
ପାକିସ୍ତାନ ମହିଳା କ୍ରିକେଟ ମୁଖ୍ୟ ତାନିଆ ମଲିକ ଏହି ବିବୃତ୍ତିରେ କହିଛନ୍ତି ଯେ, ଆମେ ଆୟେଶା ନାସିମଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛୁ। ବ୍ୟକ୍ତିଗତ କାରଣରୁ ଅବସର ନେବାକୁ ତାଙ୍କ ନିଷ୍ପତ୍ତିକୁ ପିସିବି ସମ୍ମାନ କରେ। ଆୟେଶା ନାସିମ ପାକିସ୍ତାନ ପାଇଁ ଚାରିଟି ଦିନିକିଆ ଏବଂ ୩୦ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚ ଖେଳିଛନ୍ତି। ସେ ୨୦୨୦ ଏବଂ ୨୦୨୩ ଟି-୨୦ ବିଶ୍ୱକପ୍‌ରେ ଦଳର ଅଂଶ ହୋଇଥିଲେ।

Share