Categories: ଖେଳ

୧୮ବର୍ଷୀୟା ପାକିସ୍ତାନ କ୍ରିକେଟରଙ୍କ ଅବସର

କରାଚୀ, ୨୨ା୭ ପାକିସ୍ତାନର ୧୮ବର୍ଷୀୟା ମହିଳା କ୍ରିକେଟର ଆୟେଶା ନସିମ୍‌ଙ୍କ ଅବସର ଘୋଷଣା ନିଷ୍ପତ୍ତିକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମହାନ ଖେଳାଳି ଓ୍ବାସିମ ଆକ୍ରମଙ୍କ ନିକଟରେ ଯୋଉଁ ପ୍ରତିଭା ରହିଥିଲା, ତାହା ଆୟେଶାଙ୍କ ନିକଟରେ ରିହିଛ ବୋଲି କୁହାଯାଉଥିଲା। ଇସ୍‌ଲାମ ନୀତି ଆଦର୍ଶ ପ୍ରତି ସେ ଅନୁପ୍ରାଣିତ। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାଲାଗି ନିଷ୍ପତ୍ତି ନେଇଛନ୍ତି। ଆୟେଶା ଥିଲେ ଜଣେ ହାର୍ଡ ହିଟିଂ ବ୍ୟାଟର। ଖେଳରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଥିଲା। ଯେଉଁ ବୟସରେ ଅଧିକାଂଶ ଖେଳାଳି କ୍ରିକେଟରେ ଆଗକୁ ବଢ଼ିବା ଲାଗି ସ୍ବପ୍ନ ଦେଖିଥାନ୍ତି, ସେ ସମୟରେ ଆୟେଶା ଏଭଳି ନିଷ୍ପତ୍ତି ନେଇଛନ୍ତି। ଖେଳ ଜାରି ରଖିବା ପାଇଁ ପାକିସ୍ତାନ ମହିଳା ଦଳର ଅଧିନାୟିକା ନୀଦା ଦାର୍‌ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାଙ୍କ ପ୍ରବର୍ତ୍ତାଇଥିଲେ। ମାତ୍ର ତାହା ବୃଥା ପ୍ରମାଣିତ ହୋଇଥିଲା। ଖବର ଅନୁସାରେ ଫେବୃୟାରୀ-ମାର୍ଚ୍ଚରେ ଏକ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବା ଲାଗି ଯେତେବେଳେ ଆୟେଶାଙ୍କ ସହ ଯୋଗାଯୋଗ କରାଯାଇଥିଲା. ତେବେବେଳେ ସେ କ୍ରିକେଟ ଖେଳିବା ଛାଡ଼ି ଦେଇଥିବା ପିସିବିକୁ କୁଆଡେ ଅବଗତ କରାଇଥିଲେ। ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ସେ ଜଣେ ନୈଷ୍ଠିକ ମୁସଲମାନ ଭାବେ ଜୀବନ ଅତିବାହିତ କରିବାକୁ ଚାହାନ୍ତି। ଆୟେଶା ପାକିସ୍ତାନ ତରଫରୁ ୪ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୦ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି।

Share