Advertisement
Categories: ଜାତୀୟ

୧୮,୦୦୦ ଟୁଇଟର ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ,୧୧।୭: ଟୁଇଟର ପକ୍ଷରୁ ଏହାର ପ୍ରଥମ କମ୍ପ୍ଲାଏନ୍ସ୍‌ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମେ’ ୧୫ରୁ ଜୁନ୍‌ ୨୬ ମଧ୍ୟରେ ଶିଶୁ ନିର୍ଯାତନା ଏବଂ ନଗ୍ନତା ସମ୍ପର୍କିତ ଆପତ୍ତିଜନକ କଣ୍ଟେଟ୍‌ ଅପଲୋଡ୍‌ କରାଯିବାକୁ ନେଇ ୧୮,୦୦୦ ଆକାଉଣ୍ଟ୍‌କୁ ବନ୍ଦ କରି ଦିଆଯାଇଛି। ସେଥିମଧ୍ୟରୁ ୫୬ ଆକାଉଣ୍ଟ୍‌ ପକ୍ଷରୁ କରାଯାଇଥିବା ଆବେଦନ ଆଧାରରେ ପୁଣି ଏସବୁକୁ ଚାଲୁ କରାଯାଇଛି। ଅପରପକ୍ଷରେ ୭ଟି ଆକାଉଣ୍ଟ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଏହା ଉପରେ ଥିବା କଟକଣାକୁ ଉଠାଇ ନିଆଯାଇଛି। ତେବେ ଅବଶି୍ଯଯ ୧୭ ହଜାର ୯୩୭ ଆକାଉଣ୍ଟ ଗୁଡ଼ିକ ଉପରେ କଟକଣା ପୂର୍ବପରି ରହିଥିବା ଟୁଇଟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share