Categories: ଜାତୀୟ

ମାଲ୍ୟା-ନୀରବ-ଚୋକ୍‌ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…

ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର ମୂଲ୍ୟ ୧୮,୧୭୦.୦୨ କୋଟି ବୋଲି ଇଡ଼ି ପକ୍ଷରୁ କୁହାଯାଇଛି। ଇଡ଼ିପକ୍ଷରୁ କେନ୍ଦ୍ର ସରକାର ଏବଂ ବିଭିନ୍ନ ବ୍ୟାଙ୍କକୁ ୯,୩୭୧.୧୭ କୋଟି ଟଙ୍କା ଫେରସ୍ତ କରାଯାଇଛି। ତିନି ପଳାତକଙ୍କ ଯୋଗୁ ବ୍ୟାଙ୍କର ୨୨,୫୮୫.୮୩ କୋଟି ଟଙ୍କା କ୍ଷତି ହୋଇଥିଲା। ସେଥିମଧ୍ୟରୁ ଇଡ଼ି ବର୍ତ୍ତମାନ ସୁଦ୍ଧା ୧୮,୧୭୦.୦୨ କୋଟିର ସମ୍ପତ୍ତି ଜବତକରିବାକୁ ସକ୍ଷମ ହୋଇଛି। ବିଦେଶରେ ତିନି ପଳାତକଙ୍କର ୯୬୯ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଇଡ଼ି କହିଛି।

Share