ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୫ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୩ ହଜାର ୩୪୯ ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୯ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୩, ବାଲେଶ୍ୱରରୁ ୨, ବରଗଡରୁ ୧, କଟକରୁ ୧୩, ଦେବଗଡ଼ରୁ ୮, ଗଞ୍ଜାମରୁ ୧, ଜଗତ୍‌ସିଂହପୁରରୁ ୫, ଯାଜପୁରରୁ ୩, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୨, ମୟୂରଭଞ୍ଜରୁ ୧, ନୟାଗଡରୁ ୪, ରାୟଗଡାରୁ ୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୭, ସୋନପୁରରୁ ୧ଓ ସୁନ୍ଦରଗଡ଼ରୁ ୭ ଜଣ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୩ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟିଲେ ପାଖାପାଖି ୨ଲକ୍ଷ ଲୋକ! ଲିଷ୍ଟରେ ଅଛି କି ଆପଣଙ୍କ ନାଁ…

ଭୁବନେଶ୍ୱର,୨୭।୧୧:ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ବାଦ୍‌ ପଡିଲେ ଅଯୋଗ୍ୟ ହିତାଧିକାରୀ । ସମସ୍ତ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ରାସନ ପାଉଥିଲେ...

ଆର୍ଥିକ ସହାୟତା ଅପେକ୍ଷାରେ ସୁସ୍ମିତା, ଆଜି ବି ସ୍ବପ୍ନ ଅଛି ଡାକ୍ତର ହେବେ

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ): ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା...

ମୋହନ ସରକାରଙ୍କ ବିରୋଧରେ ମୁଁ ଆନ୍ଦୋଳନକୁ ଓହ୍ଲାଇବି, ଗୃହରେ ଏମିତି କାହିଁକି କହିଲେ କେ.ଭି ସିଂଦେଓ

ଭୁବନେଶ୍ୱର,୨୭।୧୧:ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ସରଗରମ ରହିଛି। ବୁଧବାର ଗନ୍ଧମାର୍ଦ୍ଦନ ପାହାଡ ଜମିକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ...

ଛୁଟି ଆବେଦନକୁ ମୋହନ ସରକାର ମୁହଁ ଫେରାଇବା ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର, ୨୭।୧୧: ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ...

ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ…. 

ମୋହନା,୨୭।୧୧(ମନ୍ନମଥ ମିଶ୍ର): ଇକେୱାଇସ ନ ଥିବାରୁ ସୁଭଦ୍ରା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।  ଗୋଟିଏ ପରେ ଗୋଟିଏ କିସ୍ତି ଆସିବା ପରେ  ସୁଭଦ୍ରା ଟଙ୍କା ପାଇବା...

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, କାଲି ଓଡ଼ିଶାରେ…

ଭୁବନେଶ୍ୱର,୨୭।୧୧: ବଙ୍ଗୋପସାଗରରେ ଡରାଇଲାଣି ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ...

ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ

ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା:ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା….

ବାରିପଦା,୨୭।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ହୋଇ ପଡ଼ିଥିବାରୁ ରୋଗୀଙ୍କ ମଧ୍ୟରେ ଉଦ୍‌ବେଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri