ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଅଲ୍ଟାସାଉଣ୍ଡ ପରେ ତାଙ୍କ ପେଟରେ ବହୁଗୁଡ଼ିଏ କଏନ ଥିବା ଜଣାପଡ଼ିଥିଲା। ଏହା ପରେ ଅପରେଶନ ପରେ ତାଙ୍କ ପେଟରୁ ଟଙ୍କିକିଆ, ଦୁଇ ଟଙ୍କିଆ ଏବଂ ପାଞ୍ଚ ଟଙ୍କିଆ କଏନ ବାହୀରିଥିଲା। ମୋଟ ୪୬୨ ଟଙ୍କାର କଏନ ବାହାରିଥିଲା।
ନଭେମ୍ବର ୨୬ରେ ଦୟମପ୍ପା ହରିଜନଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରାୟଚୁର ଜିଲାର ଲିଙ୍ଗସୁଗୁର ସହରର ବାସିନ୍ଦା।
ଡାକ୍ତରଙ୍କ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସିଜୋଫ୍ରୋର୍ନିଆରେ ଆକ୍ରାନ୍ତ। ତାଙ୍କର କଏନ ଗିଳିବା ଅଭ୍ୟାସ ରହିଛି। ସେ ୫୬ ଟି ପାଞ୍ଚ ଟଙ୍କିଆ, ୫୧ ଟି ଦୁଇ ଟଙ୍କିଆ ଏବଂ ୮୦ ଟି ଏକ ଟଙ୍କିଆ କଏନ ଗିଳିଥିଲେ। ଏସବୁକୁ ଅପରେଶନ କରି ବାହାର କରାଯାଇଛି। ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।