ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର, କୁନାଲ ଖେମୁଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଏହା ପରେ ଦିଶା ପୁଣି ଥରେ ଆକ୍ସନ୍‌ ଫର୍ମକୁ ଫେରୁଛନ୍ତି। ଦିଶା ତାଙ୍କର ଆଗାମୀ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ ପାଇଁ ସଜବାଜ ହେଉଛନ୍ତି। ଏବେ ସେ ଜିମ୍‌ରେ ଝାଳ ବୁହାଉଛନ୍ତି। ଏହାର ଏକ ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ସଲମାନ୍‌ ଖାନ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଫିଲ୍ମରେ ପ୍ରଭୁ ଦେବା ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ରଣଦୀପ ହୁଡ୍ଡା ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ରହିଛନ୍ତି।

Share