ନିମାପଡ଼ା,୨୭ା୬(ଡି.ଏନ୍‌.ଏ): ନିମାପଡ଼ା ବ୍ଲକରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜଣେ ଯୁବକ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ଭିଲିଗ୍ରାମ ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ମାତାପିତା ଓ ଭାଇଙ୍କ ସହ ରହୁଥିବା ୧୮ ମାସର ଶିଶୁ ପଜିଟିଭ ଚିହ୍ନଟ ହୋଇଥିତ୍ବା ବିଡିଓ ମନୋଜ କୁମାର ବେହେରା ଓ ସରପଞ୍ଚ ସ୍ବର୍ଣ୍ଣମୁଦ୍ରା ମହାରଣା ସୂଚନା ଦେଇଛନ୍ତି। ଚିହ୍ନଟ ଶିଶୁଙ୍କ ପରିବାରବର୍ଗ ଗତ ୧୭ତାରିଖରେ ହରିୟାଣାର ଗୁରୁଗ୍ରାମରୁ ଫେରିଥିଲେ। ଗତ ୨୪ତାରିଖରେ ପରିବାରର ୪ଜଣଙ୍କ ସ୍ବାବ ନମୁନା ପଠାଯାଇଥିବାବେଳେ ଗୁରୁବାର ୩ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବାବେଳେ ଶୁକ୍ରବାର ଶିଶୁପୁତ୍ରର ପଜିଟିଭ ବାହାରିଥିଲା। ଚିହ୍ନଟ ପରେ ଶିଶୁଙ୍କୁ ମାଆ ସହ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ ପଠାଇ ଦିଆଯାଇଛି। ତେବେ ବ୍ଳକରେ ଏବେ ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚତ୍ଥିବା ବିଡିଓ କହିଛନ୍ତି।

Share