୨୪ରୁ ଆରମ୍ଭ ହେବ ସଂସଦର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ, ୧୨।୬: ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଲୋକ ସଭା ନିର୍ବାଚନ ସରିଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଇସାରିଛନ୍ତି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ସୂଚନା ଦେଇଛନ୍ତି । ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ, ଲୋକ ସଭା ଅଧ୍ୟକ୍ଷ ନିର୍ବାଚନ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ଏଥିସହିତ ୨୬୪ତମ ରାଜ୍ୟସଭା ଅଧିବେଶନ ଜୁନ୍‌ ୨୭ରୁ ଆରମ୍ଭ ହେବ ଏବଂ ଦୁଇ ଗୃହ ୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ କିରଣ ରିଜିଜୁ ସୂଚନା ଦେଇଛନ୍ତି ।

Share