ଇପିଏଫ୍‌ଓରେ ଯୋଡ଼ିହେଲେ ୧୯.୫୦ ଲକ୍ଷ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ୨୦୨୪ ମେ’ ମାସର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ମେ’ ମାସରେ ୧୯.୫୦ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ତେବେ ୨୦୧୮ ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ମେ’ ମାସରେ ସର୍ବାଧିକ ସଦସ୍ୟ ଯୋଡ଼ିହୋଇଥିବା ଜଣାପଡ଼ିଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩ ମେ’ ତୁଳନାରେ ଚଳିତ ବର୍ଷ ମେ’ରେ ଇପିଏଫ୍‌ଓ ସଦସ୍ୟଙ୍କ ସଂଖ୍ୟାରେ ୧୯.୬୨ ପ୍ରତିଶତ ବୃଦ୍ଧି ପାଇଛି। ମେ ୨୦୨୪ରେ ମୋଟ ୯.୮୫ ଲକ୍ଷ ନୂତନ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ଏପ୍ରିଲ ତୁଳନାରେ ନୂତନ ସଦସ୍ୟଙ୍କ ସଂଖ୍ୟା ୧୦.୯୬ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ବାର୍ଷିକ ଭିତ୍ତିରେ ୧୧.୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ମୋଟ ନୂତନ ସଦସ୍ୟଙ୍କ ମଧ୍ୟରେ ୧୮ରୁ ୨୫ ବର୍ଷ ବୟସର ଯୁବକମାନଙ୍କ ଅଂଶ ୫୮.୩୭ ପ୍ରତିଶତ ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଚାକିରି ପାଇଛନ୍ତି। ମେ’ ରେ ସର୍ବାଧିକ ସଂଖ୍ୟକ ଯୁବକ ଚାକିରି ପାଇଥିବାବେଳେ ସମୁଦାୟ ୧୪.୦୯ ଲକ୍ଷ ଲୋକ ଚାକିରି ଛାଡ଼ି ଅନ୍ୟତ୍ର ଯୋଗ ଦେଇଛନ୍ତି। ମେ’ରେ ମୋଟ ୩.୬୯ ଲକ୍ଷ ମହିଳା ସଦସ୍ୟ ଯୋଗ ଦେଇଥିବାବେଳେ ନୂତନ ସଦସ୍ୟଙ୍କ ମଧ୍ୟରୁ ୨.୪୮ ଲକ୍ଷ ମହିଳା ଅଛନ୍ତି। ଏହି ପରିସ୍ଥିତିରେ, ମେ ୨୦୨୩ ତୁଳନାରେ ୧୭.୨୪ ପ୍ରତିଶତ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ସର୍ବାଧିକ ୫୮.୨୪ ପ୍ରତିଶତ ସଦସ୍ୟ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, କର୍ନାଟକ ଏବଂ ହରିୟାଣାରୁ ଅଛନ୍ତି। ଏହି ରାଜ୍ୟଗୁଡିକରୁ ସର୍ବାଧିକ ୧୧.୩୬ ଲକ୍ଷ ନୂତନ ସଦସ୍ୟ ଯୋଗ ଦେଇଛନ୍ତି। ଏଥିରେ ସର୍ବାଧିକ ୧୮.୮୭ ପ୍ରତିଶତ ମହାରାଷ୍ଟ୍ରର ସଦସ୍ୟ ରହିଛନ୍ତି। ଅଧିକାଂଶ ଇପିଏଫ୍‌ଓ ସଦସ୍ୟ ଇଞ୍ଜିନିୟରିଂ କ୍ଷେତ୍ର ସାଙ୍ଗକୁ ନିର୍ମାଣ, ମାନବ ସମ୍ବଳ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ କମ୍ପାନୀ ସହ ଜଡ଼ିତ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri