ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରବିବାର ରାଜଧାନୀରେ ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୦୩ରେ ପହଞ୍ଚିଥିବା ବେଳେ ୩୧,୩୨୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୧୧ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୫ ଜଣଙ୍କ ମୃତ୍ୟୁ ହୋଇଛି।