Categories: ଜାତୀୟ

ରାଜ୍ୟ ସଭାରେ ବିପକ୍ଷ ଦଳଙ୍କ ୧୯ ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ, ୨୬।୭ : ସଂସଦର ମୌସୁମୀ ଅଧିବେଶନରେ ମଙ୍ଗଳବାର ପୁଣି ୧୯ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଓ୍ବେଲରେ ପ୍ରବେଶ କରିବା ଏବଂ ସ୍ଲୋଗାନ ଦେବା କାରଣରୁ ନିଲମ୍ବିତ କରାଯାଇଛି। ୧୯ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ସପ୍ତାହର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି।

ନିଲମ୍ବିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ, ଡୋଲା ସେନ, ମୌସୁମ ନୁର, ଶାନ୍ତି ଛେତ୍ରିଆ, ନଦିମୁଲ ହକ, ଅବିରରଞ୍ଜନ ବିଶ୍ୱ ଅଛନ୍ତି। ବାମଦଳର ଏ.ରହୀମ ଏବଂ ଶିବଦାସାନ, ଡ଼ିଏମକେର କାନିମୋଝି, ଟିଆରଏସର ବି.ଏଲ ଯାଦବ ଏବଂ ମହମ୍ମଦ ଅବଦୁଲ୍ଲା ପ୍ରମୁଖଙ୍କୁ ନତଏମ୍ବନ କରାଯାଇଛି। ବିରୋଧୀ ଏମ୍‌ପିଙ୍କ ହଟ୍ଟଗୋଳ କାରଣରୁ ରାଜ୍ୟ ସଭାକୁ ୨୦ ମିନିଟ ପାଇଁ ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ,ଲୋକ ସଭାରେ ଉତ୍ତେଜନାକୁ ନେଇ ସମଗ୍ର ଅଧିବେଶନ ପାଇଁ ବାଚସ୍ପତି ଓମ ର୍ବିଲା କଂଗ୍ରେସର ଚାରିଜଣ ସଦସ୍ୟଙ୍କୁ ନିଲମ୍ବନ କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକ ସଭାରେ ହୋଇଥିବା ଆନ୍ଦୋଳନ ପାଇଁ କଂଗ୍ରେସ ଏମ୍‌ପି ଜ୍ୟୋତିମଣି, ମାଣିକମ ଟାଗୋର, ଟିଏନ ପ୍ରତାପନ ଏବଂ ରାମ୍ୟା ହରିଦାସଙ୍କୁ ସୋମବାର ନିଲମ୍ବିତ କରାଯାଇଥିଲା।

Share