Categories: ଜାତୀୟ

୧୯ % ଘରେ ବ୍ୟବହାର ହେଉନି ଶୌଚାଳୟ

ନୂଆଦିଲ୍ଲୀ,୧୨।୫: ନ୍ୟାଶନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ଅନୁସାରେ ଦେଶରେ ୧୯ ପ୍ରତିଶତ ଲୋକ ଘରେ ଶୌଚାଳୟ ବ୍ୟବହାର କରୁନାହାନ୍ତି। ଅର୍ଥାତ୍‌ ସେମାନେ ବର୍ତ୍ତମାନ ସୁଦ୍ଧା ବାହାରେ ମଳତ୍ୟାଗ କରୁଛନ୍ତି। ୨୦୧୯ରୁ ୨୦୨୧ ମସିହାର ତଥ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୨୦୧୫ରୁ ୧୬ ମଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୯ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ବ୍ୟବସ୍ଥା ନ ଥିଲା। ବିହାରରେ ସବୁଠାରୁ କମ୍‌ (୬୨%) ଶୌଚାଳୟ ବ୍ୟବସ୍ଥା ଥିବାବେଳେ ଝାଡ଼ଖଣ୍ଡରେ (୭୦%) ଏବଂ ଓଡ଼ିଶାରେ (୭୧%) ରହିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁସାରେ ଦେଶରେ ୬୯ ପ୍ରତିଶତ ଘରେ ଉନ୍ନତମାନର ଶୌଚାଳୟ ବ୍ୟବସ୍ଥା ଥିବାବେଳେ ୮ ପ୍ରତିଶତ ଲୋକ ବ୍ୟବହାର କରୁଥିବା ପାଇଖାନାକୁ ଯଦି ଶେୟାରିଂ ଭାବେ ବ୍ୟବହାର ନ କରନ୍ତି ତେବେ ସେଗୁଡ଼ିକ ମଧ୍ୟ ଉନ୍ନତମାନ ଟଏଲେଟରେ ଶ୍ରେଣୀଭୁକ୍ତ କରାଯାଇପାରିବ। ୮୩ ପ୍ରତିଶତ ପରିବାର ଘରେ ଟଏଲେଟ ବ୍ୟବହାର କରୁଛନ୍ତି।

ଗ୍ରାମାଞ୍ଚଳରେ ୭ ପ୍ରତିଶତ ଘରେ ଶେୟାରିଂ ଟଏଲେଟ ବ୍ୟବହାର ହେଉଥିବାବେଳେ ସହରାଞ୍ଚଳରେ ଏହାର ପରିମାଣ ୧୧ ପ୍ରତିଶତ ରହିଛି।

Share