Categories: ଜାତୀୟ

ବଳାତ୍କାର ଉଦ୍ୟମବେଳେ ହତ୍ୟା କଲେ ଯୁବତି

ଚେନ୍ନାଇ,୬।୧- ତାମିଲନାଡୁର ତିରୁଭାଲୁର ଜିଲାର ଶୋଲାଭରମ ଥାନା ଅଞ୍ଚଳରେ ଜଣେ ଯୁବତି ଆତ୍ମରକ୍ଷା ପାଇଁ ୨୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ତିରୁଭାଲୁରରେ ବାସ କରୁଥିବା ୧୯ ବର୍ଷୀୟା ଯୁବତି ଶୋଲାଭରମସ୍ଥିତ ମାଉସୀଙ୍କ ଘରକୁ ଆସିଥିଲେ। ସନ୍ଧ୍ୟା ସମୟରେ ଶୌଚାଳୟ ଯିବାବେଳେ ତାଙ୍କୁ ଅଟକାଇ ଥିଲେ ଅଜିତ (ମୃତକ) । ଛୁରି ମୁନରେ ବଳାତ୍କାର କରିବାକୁ କରିଥିଲା ଉଦ୍ୟମ। ନିଜକୁ ବଞ୍ଚାଇବାକୁ ଯାଇ ବାଳିକା ଜଣଙ୍କ ଅଜିତ୍‌ଙ୍କୁ ଧକ୍କା ଦେଇଥିଲେ। ତଳେ ପଡ଼ିଯିବା ପରେ ଛୁରି ଛଡ଼ାଇ ଆଣି ଅଜିତ୍‌ଙ୍କ ବେକ ଓ ମୁହଁକୁ ହାଣିଥିଲେ ଉକ୍ତ ବାଳିକା। ଘଟଣା ସ୍ଥଳରେ ହିଁ ଅଜିତ୍‌ଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଆମେ ମାମଲା ରୁଜ୍ଜୁ କରି ତଦନ୍ତ ଚାଳାଇଛୁ। ଯୁବତିଙ୍କ ବୟାନ ରେକର୍ଡ ହୋଇସାରିଛି। ବର୍ତ୍ତମାନ ଘଟଣାର କେହି ପ୍ରତ୍ୟେକ୍ଷଦର୍ଶୀ ଅଛି କି ନାହିଁ ଯାଞ୍ଚ କରୁଛୁ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share