Categories: ଫୁରସତ

ମୁଁ ଗର୍ଭବତୀ ଅଛି…ବୟଫ୍ରେଣ୍ଡ୍‌ଙ୍କୁ ଏମିତି କହି ହସ୍ପିଟାଲରୁ ପିଲା ଚୋରି କରି ଆଣିଲେ ଯୁବତୀ, ଧରାପଡିବା ପରେ…ଦେଖନ୍ତୁ ଭିଡିଓ

ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରିଓ ଡି ଜେନେରିଓର ଏକ ଡାକ୍ତରଖାନାର ମ୍ୟଟରନିଟି ୱାର୍ଡରୁ ଜଣେ ୧୯ ବର୍ଷ ବୟସ୍କା ମହିଳା ଏକ ନବଜାତ ଶିଶୁକୁ ଅପହରଣ କରି ନେଇଥିଲେ। ପିଲାଟିର ଦୁନିଆକୁ ଆସିବାର ମାତ୍ର କିଛି ଘଣ୍ଟା ଯୁବତୀ ଶିଶୁଟିକୁ ଚୋରି କରିଥିଲେ। ମା’ ଏବଂ ଜେଜେମା ଶୋଇ ପିଲାଟିକୁ ଚୋରି କରି ଡାକ୍ତରଖାନାରୁ ଖସିଯିବାକୁ ଚେଷ୍ଟା କରିଥିଲେ ଯୁବତୀ।
ଏହି ଘଟଣା ପରେ ଜେଜେମା ’ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ହସ୍ପିଟାଲରେ ସ୍ଥାପିତ ସିସିଟିଭି ଚେକ୍‌ କରିଥିଲା। ଏଥିରେ ସେମାନେ ଦେଖିଲେ ଯେ ଜଣେ ମହିଳା ଏକ ବଡ ବ୍ୟାଗରେ ପିଲାଟିଏ ନେଇ ଯାଉଛନ୍ତି। ସିସିଟିଭି ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଚୋରି କରିବାକୁ ଷଡଯନ୍ତ୍ର କରିଥିବା ମହିଳାଙ୍କୁ ତୁରନ୍ତ ଗିରଫ କରିଥିଲା। ପୋଲିସ ମହିଳାଙ୍କୁ ଏହି ଅପରାଧ କରିବାର କାରଣ ପଚାରିଲା। ଏହି ସମୟରେ ଯୁବତୀ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ।
କୋଏନ ମାଲାକିଆସ କୋଷ୍ଟା ନାମକ ଏହି ଯୁବତୀ ଜଣଙ୍କ କହିଥିଲେ, ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଗର୍ଭଧାରଣ ବିଷୟରେ ମିଥ୍ୟା କହିଛନ୍ତି। ଏହି ମିଥ୍ୟାକୁ ପ୍ରମାଣ କରିବାକୁ ସେ ଡାକ୍ତରଖାନାକୁ ଶିଶୁ ଚୋରି କରିବାକୁ ଯାଇଥିଲେ। ପରେ ତାଙ୍କ ମିଛର ପର୍ଦ୍ଦାଫାଶ ହୋଇଥିଲା।

Share