Categories: ଜାତୀୟ

ମହିଳାଙ୍କୁ ଗଣବଳାତ୍କାର କଲେ ସ୍ବାମୀଙ୍କ ସମ୍ପର୍କୀୟ, ବନ୍ଧୁ

ପୁଣେ,୨୧।୯: ଜଣେ ୧୯ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟ ଓ ସାଙ୍ଗ ମିଶି ଗଣବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପୁଣେର ପିମ୍ପ୍ରି ଥାନା ଅନ୍ତର୍ଗତ ଏକ ଗ୍ରାମ ପାଖ ମନ୍ଦିରରେ।

ସ୍ବାମୀଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କ ସହ ମନ୍ଦିରକୁ ଯାଇଥିଲେ ପୀଡ଼ିତା। ଦୁହେଁ ମହିଳାଙ୍କୁ ମନ୍ଦିର ପାଖ ଜଙ୍ଗଲକୁ ଘୋଷାଡ଼ି ନେଇ ଜୋରଜବରଦସ୍ତ ଗଣବଳାତ୍କାର କରିଥିଲେ। ପରେ ଅଭିଯୁକ୍ତମାନେ ସ୍କ୍ରାଫରେ ତଣ୍ଟି ଚିପି ପୀଡ଼ିତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପରେ ପୀଡ଼ିତାଙ୍କ ପରିଚୟ ଲୁଚାଇବା ପାଇଁ ଦୁହେଁ ମୃତଦେହର ମୁହଁକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିଲେ। ଘଟଣା ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share