ଏହି ସୁନ୍ଦରୀଙ୍କୁ ଫେସ୍‌ବୁକ୍‌ରେ ମିଳିଲାନି ଅଧିକ ଲାଇକ୍‌: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା ଲୋକମାନେ ପାଖରେ ଥିବାଭଳି ମନେ ହୁଏ। କିନ୍ତୁ ସୋସିଆଲ ନେଟଓ୍ବାର୍କିଂ ସାଇଟ୍‌ଗୁଡିକର ଅନେକ ଦୁର୍ଗୁଣ ମଧ୍ୟ ରହିଛି। ଯାହାର ଜ୍ୱଳନ୍ତ ଉଦାହରଣ ଏହି ନିକଟରେ ଦେଖିବାକୁ ମିଳିଛି। ଜଣେ ସୁନ୍ଦରୀଙ୍କ ଫଟୋରେ ଅଧିକ ଲାଇକ୍‌ ନ ମିଳିବାରୁ ସେ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି।


ଲାନଚେଷ୍ଟରରେ ରୁହନ୍ତି ୧୯ ବର୍ଷୀୟା କ୍ଲୋଇ ଡେଭିସନ। ଦେଖିବାକୁ ସେ ବହୁତ ସୁନ୍ଦର ହୋଇଥିବା ବେଳେ ଏକ ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ। କ୍ଲୋଇ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସିଦ୍ଧ ହେବାକୁ ଚାହୁଁଥିଲେ। ଏଥିପାଇଁ ସବୁବେଳେ ସେ ନିଜର ଫଟୋ ଉଠାଇ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରୁଥିଲେ। ମାତ୍ର ଗତ ଡିସେମ୍ବରରେ ଅପ୍‌ଲୋଡ୍‌ କରିଥିବା ଏକ ଫଟୋରେ ତାଙ୍କୁ ଅଧିକ ଲାଇକ୍‌ ମିଳି ନ ଥିଲା। ଏହା ପରଠାରୁ ସେ ଚିନ୍ତାରେ ରହୁଥିଲେ। ନିଜର ଜଣେ ବନ୍ଧୁଙ୍କ ସହ ସେ ଏହି ବିଷୟରେ କଥା ହୋଇଥିଲେ। ତାଙ୍କୁ କେହି ଭଲପାଆନ୍ତି ନାହିଁ, କି ପସନ୍ଦ କରନ୍ତି ନାହିଁ ବୋଲି କହି କ୍ଲୋଇ କାନ୍ଦି ପକାଇଥିଲେ। ଏହା ପରେ ସେ ଫୋନ୍‌ କାଟି ଦେଇଥିଲେ। ଏହା ପରେ ବନ୍ଧୁ କ୍ଲୋଇଙ୍କ ମା’ଙ୍କୁ ଫୋନ୍‌ କରି ସବୁ ଜଣାଇଥିଲେ। ହେଲେ ମା’ କ୍ଲୋଇଙ୍କ ନିକଟାରୁ ଯିବାବେଳେକୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଆତ୍ମହତ୍ୟା ଘଟଣା ଗତ ବର୍ଷ ଡିସେମ୍ବରରେ ଘଟିଥିବା ବେଳେ ଏବେ ତାଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ିଛି।


ଏବେ କ୍ଲୋଇଙ୍କ ମା’ ସୋସିଆଲ ମିଡିଆର ପ୍ରଭାବ ବିଷୟରେ ଲୋକଙ୍କୁ କହିବା ସହ ସଚେତନ କରାଉଛନ୍ତି। ତାଙ୍କ ଝିଅଙ୍କ ସହ ଯାହା ଘଟିଛି ଅନ୍ୟ କାହାସହ ସେତିକି ନ ହେଉ ବୋଲି ସେ କହିଛନ୍ତି।

Share