ରାଜଧାନୀରୁ ୧୯୦ ପଜିଟିଭ ଚିହ୍ନଟ: ଚିନ୍ତା ବଢାଉଛି ଖଣ୍ଡଗିରି

ଭୁବନେଶ୍ବର,୧୨।୪: ରାଜଧାନୀ ଭୁବନେଶ୍ବରବାସୀଙ୍କ ପାଇଁ ପୁଣି ଥରେ ଆସିଯାଇଛି ସତର୍କ ହେବାର ସମୟ। ସୋମବାର ରାଜଧାନୀରେ ୧୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮ଜଣ ଓ ସ୍ଥାନୀୟ ସଂକ୍ରମିତ ୧୫୨ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସିର ସୂଚନା ମୁତାବକ, ଭୁବନେଶ୍ବରରେ ୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୧୧ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୧୦ଜଣ ରହିଛନ୍ତି।

Share