ଗାଜାରେ ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି

ରାଫାହ, ୨।୯: ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ଗାଜାରେ ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଘର ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଆକ୍ରମଣରେ ଅନେକ ପାଲେଷ୍ଟିନୀୟ ନିଜର ପରିଜନଙ୍କୁ ହରାଇଛନ୍ତି। ସେହିପରି ବହୁ ଶିଶୁ ମାତାପିତାଙ୍କୁ ହରାଇଛନ୍ତି। ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ କାନ୍ଦରେ ଗାଜାର ବିଭିନ୍ନ ପ୍ରାନ୍ତର ଗଳିକନ୍ଦି ଫାଟି ପଡ଼ୁଛି। ୟୁନାଇଟେଡ ନେଶନ୍ସ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍‌(ୟୁନିସେଫ୍‌)ର ତଥ୍ୟ ଅନୁଯାୟୀ, ଗତବର୍ଷ ଅକ୍ଟୋବରରୁ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ ଆରମ୍ଭ ହେବା ପରେ ୪୦,୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି କିମ୍ବା ସେମାନେ ନିଜର ମାତାପିତାଙ୍କଠାରୁ ଅଲଗା ହୋଇଛନ୍ତି। ବର୍ତ୍ତମାନ ପରିବାରର ଅନ୍ୟ ସଦସ୍ୟ ସେହି ଶିଶୁମାନଙ୍କର ଦେଖାଶୁଣା କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ମାତାପିତାଙ୍କୁ ହରାଇବାର ଦୁଃଖ ପିଲାମାନଙ୍କ ମନରୁ ଲିଭିପାରୁ ନାହିଁ। ୟୁନିସେଫ୍‌ କହିଛି, ଗାଜାରେ ଇସ୍ରାଏଲୀ ସେନା ପକ୍ଷରୁ ବାରମ୍ବାର ଏୟାର ଷ୍ଟ୍ରାଇକ କରାଯିବା ସହ ସ୍ବଳ୍ପ ନୋଟିସରେ ବିସ୍ଥାପନ ପାଇଁ ଆଦେଶ ଦିଆଯାଉଛି, ଯାହାଫଳରେ ଭୟଙ୍କର ହାରରେ ପିଲାମାନେ ଅନାଥ ହେବା ସହ ସେମାନଙ୍କ ପରିବାରଠାରୁ ବିଚ୍ଛିନ୍ନ ହେଉଛନ୍ତି। ବିଭିନ୍ନ ବିସ୍ଫୋରଣ ଏବଂ ଆକ୍ରମଣରୁ ବର୍ତ୍ତିଯାଉଥିବା ଶିଶୁମାନେ ଗାଜାରେ ଥିବା ବିଭିନ୍ନ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟ ଶିବିରଗୁଡ଼ିକରେ ପରିତ୍ୟକ୍ତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଶିଶୁମାନେ ବହୁତ ଛୋଟ ହୋଇଥିବାରୁ ନିଜ ପରିବାରର ପଚିଚୟ ଓ ଠିକଣା ମଧ୍ୟ କହିପାରୁ ନାହାନ୍ତି। ତେଣୁ ଗାଜାର ଯୁଦ୍ଧ ବହୁଳ ଅଞ୍ଚଳରେ ହଜି ଯାଇଥିବା ନିଜ ନିଜର ପିଲାମାନଙ୍କୁ ଟ୍ରାକ୍‌ କରିବାରେ ପାଲେଷ୍ଟିନୀୟଙ୍କୁ ସାହାଯ୍ୟ କରିବା ପାଇଁ ୟୁନିସେଫ୍‌ ୪ ଲକ୍ଷ ୫୦ ହଜାର ବ୍ରେସ୍‌ଲେଟ ବଣ୍ଟନ କରିବ ବୋଲି ଘୋଷଣା କରିଛି। ଉକ୍ତ ଯୋଜନା ଅନୁଯାୟୀ, ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ୬ ବର୍ଷରୁ କମ୍‌ ଶିଶୁମାନଙ୍କୁ ହସ୍ପିଟାଲ ଶୈଳୀରେ ବ୍ରେସ୍‌ଲେଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri