ବେଗୁନିଆପଡ଼ା,୨୩ା୧୧(ଡି.ଏନ୍.ଏ.): ବୁଧବାରଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା। ଗଞ୍ଜାମ ଜିଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ୍ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ଏହି ବ୍ଲକର ଶାଙ୍କୁଡ଼ାସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ, ସୁମଣ୍ଡଳ ରବିଘୋଷ ବିଦ୍ୟାପୀଠ, ବେଗୁନିଆପଡ଼ା ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟ, ମର୍ଦ୍ଦକୋଟ ହରିହର ମର୍ଦ୍ଦରାଜ ହାଇସ୍କୁଲ, ଫାଶୀ ମାଣିକେଶର ବିଦ୍ୟାପୀଠ, କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲ ଓ ନୋଡାଲ ହାଇସ୍କୁଲ, ସୌରା ଛଚିନା ରାଧାକୃଷ୍ଣ ହାଇସ୍କୁଲ, ତାଳସର ସଂସ୍କୃତ ଟୋଲ, ଅଗାଁର ଗାଁ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟ ଏଭଳି ମୋଟ୍ ୧୦ ଟି ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ସକାଳ ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ ଟାରେ ଶେଷ ହୋଇଥିଲା। ପରୀକ୍ଷାର ପ୍ରଥମ ଦିନରେ ଛାତ୍ରୀଛାତ୍ର ଇଂରାଜୀ ପରୀକ୍ଷା ଦେଇଛନ୍ତି। କପି ରୋକିବା ପାଇଁ
ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବିଇଓ ସୀତାରାମ ପାତ୍ର, ଖଲ୍ଲିକୋଟ ବିଇଓ ହରେକୃଷ୍ଣ ପଣ୍ଡା, ସ୍କ୍ବାଡ ଦାୟିତ୍ୱରେ ରହି ତଦାରଖ କରୁଥିବା ସୂଚନା ମିଳିଛି।