ରାଜଧାନୀରେ ବିଗୁଡ଼ୁଛି କରୋନା ସ୍ଥିତି: ଆଜି ଚିହ୍ନଟ ହେଲେ ୧୯୧ ଆକ୍ରାନ୍ତ; ଖଣ୍ଡଗିରି-ପଟିଆରୁ ସର୍ବାଧିକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଫ୍ୟା ୩୩୮୯୩କୁ ବୃଦ୍ଧିପାଇଛି। ସେଥିରୁ ୩୨୩୮୬ ସୁସ୍ଥ ହୋଇଥିବା ବେଳେ ୨୫୦ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ବର୍ତ୍ତମାନ ସମୟରେ ୧୨୩୬ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୫ଜଣ ଥିବା ବେଳେ ୧୪୬ ଲୋକାଲ କେସ୍‌ ରହିଛି। ତନ୍ମଧ୍ୟରୁ ସର୍ବାଧିକ ଖଣ୍ଡଗିରିରୁ ୧୪, ପଟିଆରୁ ୧୩, ପୁରୁଣା ଭୁବନେଶ୍ୱରରୁ ୯, ରସୁଲଗଡ଼ରୁ ୮, , ୟୁନିଟ-୩ରୁ ୭, ନୟାପଲ୍ଲୀରୁ ୬, ଝାରପଡ଼ାରୁ ୫ ରହିଛନ୍ତି। ବିଶେଷକରି ଲୋକାଲ କେସ୍‌ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ସ୍ଥିତି ଅଣାୟତ ଆଡ଼କୁ ଯାଇପାରେ ବୋଲି ଆଲୋଚନା ହେଉଛି। ସରକାର ଏ ଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କୁହାଯାଉଛି।

Share