ଆଜି ଭୋଟ୍‌ ଗ୍ରହଣ: ୧୯୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ମ.ରାମପୁର,୧୮ା୨(ଡି.ଏନ୍‌.ଏ.): ଆଜି ୧୮ ତାରିଖ ଶୁକ୍ରବାର ମ.ରାମପୁର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୧୯ଟି ପଞ୍ଚାୟତର ୨୩୮ଟି ଭୋଟଦାନ କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ। ତନ୍ମଧ୍ୟରୁ ୨ଟି ଜିଲା ପରିଷଦର ସଭ୍ୟ ପଦବୀ ପାଇଁ ୮ ଜଣ, ୧୯ଟି ସରପଞ୍ଚ ପଦବୀ ପାଇଁ ୭୪ ଜଣ, ୧୮ଟି ସମିତି ସଭ୍ୟ ପଦବୀ ପାଇଁ ୬୧ ଜଣ, ୨୫ଟି ଓ୍ବାର୍ଡ ସଭ୍ୟ ପାଇଁ ୫୦ ଜଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏପରି ମୋଟ୍‌ ୧୯୨ଜଣ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସ୍ଥାନୀୟ ଭୋଟର।

Share