Categories: ଜାତୀୟ

ଆସାମ ବନ୍ୟା: ୧୨ ଜିଲାର ୫ ଲକ୍ଷ ଲୋକ ପ୍ରଭାବିତ, ୧୯୨ ଜଣଙ୍କ ମୃତ୍ୟୁ

ଗୁଆହାଟି,୧୧ ।୭: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗିରହିଥିବା ଲଗାଣ ବର୍ଷାରେ ବନ୍ୟା ସୃଷ୍ଟି ହୋଇଛି । କିଛି ରାଜ୍ୟରେ ଭୂସ୍ଖଳନ ଯୋଗୁ କେତେକ ଲୋକେ ପ୍ରାଣ ହରାଇଲେଣି । ଇତିମଧ୍ୟରେ ଆସାମରେ ବନ୍ୟା ଓ ଭୂସ୍ଖଳନରେ ସବୁଠାରୁ ଅଧିକ ଲୋକ ପ୍ରଭାବିତ ହେବା ସହ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଆସାମରେ ହିଁ ହୋଇଛି ବୋଲି ଜଣାପଡିଛି ।
ଚଳିତବର୍ଷ ଆସାମରେ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସେହିପରି ମୋଟ ୧୨ ଜିଲାରେ ପାଖାପାଖି ୫.୩୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କୁହାଯାଉଛି କି ଆସାମର ହୌଲାକାଣ୍ଡି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାରେ ପାଣିରେ ବୁଡିଯିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଚଳିତ ବର୍ଷ ବନ୍ୟାରେ ୧୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କର ଭୂସ୍ଖଳନ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଉଛି ।

Share