ଭୁବନେଶ୍ୱର,୧୨ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦,୪୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨୨ ଜଣ ଶିଶୁ ବି ଅଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୩ ଏବଂ କଳାହାଣ୍ଡିରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୧, ବଲାଙ୍ଗୀର ୧୧, ଦେବଗଡ଼ ୩, ଢେଙ୍କାନାଳ ୧, ଗଞ୍ଜାମ ୧, ଯାଜପୁର ୬, ଝାରସୁଗୁଡ଼ା ୩, କଳାହାଣ୍ଡି ୧୬, କନ୍ଧମାଳ ୩ କେନ୍ଦ୍ରାପଡ଼ା ୧, କେନ୍ଦୁଝର ୧, କୋରାପୁଟ ୩, ମୟୂରଭଞ୍ଜ୨, ନବରଙ୍ଗପୁର ୧୧, ନୟାଗଡ଼ ୬, ନୂଆପଡ଼ା ୧୧, ପୁରୀ ୪, ରାୟଗଡ଼ା ୨, ସମ୍ବଲପୁର ୯, ସୋନପୁରରୁ ୪ ଏବଂ ସୁନ୍ଦରଗଡ଼ରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୯।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦,୪୩୪ରେ ପହଞ୍ଚିଥିବା ବେଳେ ୧୩,୧୯,୩୭୯ ଜଣ ସୁସ୍ଥ ହୋଇଛନ୍ତି। ୧୮୧୭ ଜଣ ଚିକିିତ୍ସିତ ହେଉଛନ୍ତି।